କଂଗ୍ରେସ ସମାବେଶକୁ ଆସୁଥିବା ଗାଡି ଅଟକାଇବନି ଡ୍ରାଇଭର ମହାସଂଘ

ନନ୍ଦିଘୋଷ ବ୍ୟୁରୋ : ଡ୍ରାଇଭର ମହାସଂଘର ବଡ଼ ନିଷ୍ପତ୍ତି। କଂଗ୍ରେସ ସମାବେଶକୁ ଆସୁଥିବା ଗାଡି ନ ଅଟକାଇବାକୁ ଡ୍ରାଇଭର ମହାସଂଘ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଆଜି କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ଅଛି। ଏହି ସମାବେଶରେ ଯୋଗଦେବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡଗେ। ତେଣୁ କଂଗ୍ରେସ ସମାବେଶରେ ଯାଉଥିବା ଗାଡିକୁ ନ ଅଟକାଇବା ପାଇଁ ଅନୁରୋଧ କରିଥିଲେ ପିସିସି ସଭାପତି। ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଷଡଯନ୍ତ୍ର । ଜାଣିଶୁଣି ଡ୍ରାଇଭର ମହାସଂଘର ଦାବି ପୂରଣ କରୁନାହାନ୍ତି ସରକାର । ତେଣୁ ଡ୍ରାଇଭର ସଂଘ ବିଜେପି ସରକାରର ଷଡଯନ୍ତ୍ରର ଶିକାର ନହେବାକୁ ଅପିଲ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ଅନୁରୋଧ ରଖିଛନ୍ତି ଡ୍ରାଇଭର ମହାସଂଘ।