ପୃଥିବୀକୁ ଫେରିବେ ଶୁଭାଂଶୁ ଶୁକ୍ଳା, ଆଜି ମହାକାଶରେ ସ୍ପେସକ୍ରାଫ୍ଟର ଅନଡକିଂ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ମହାକାଶରେ ସ୍ପେସକ୍ରାଫ୍ଟର ଅନଡକିଂ । ୧୫ରେ ଫେରିବେ ଶୁଭାଂଶୁ ଶୁକ୍ଲାଙ୍କ ସମେତ ୪ ଆଷ୍ଟ୍ରୋନଟ । ଆକ୍ସିଅମ- ୪ ମିଶନରେ ଯାଇଥିବା ଶୁଭାଂଶୁ ମହାକାଶ ଯାତ୍ରା କ୍ଷେତ୍ରରେ ସୃଷ୍ଟି କରିଥିଲେ ଇତିହାସ । ଗତ ଜୁନ ୨୫ରେ ଆମେରିକାର କେନେଡି ସ୍ପେସ ସେଣ୍ଟରରୁ ଆଇଏସଏସକୁ ଯାଇଥିଲେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ । ଜୁନ ୨୬ରେ ଆଇଏସଏସରେ ହୋଇଥିଲା ଡକିଂ । ଶୁଭାଂଶୁଙ୍କ ସହିତ, ଏହି ମିଶନରେ ଆମେରିକୀୟ ମହାକାଶଚାରୀ ପେଗି ହ୍ବିଟସନ, ପୋଲାଣ୍ଡର ସ୍ଲାଭୋସ ଉଜନାନସ୍କି ୱିସନିୱସ୍କି ଓ ହଙ୍ଗେରିର ଟିବୋର୍‌ କାପୁ ସାମିଲ ଅଛନ୍ତି ।

ଏହି ଟିମ୍ ଜୁନ ୨୫ରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ୍‌ରେ ଫାଲକନ ରକେଟ୍‌ରେ ଯାତ୍ରା କରିଥିଲେ । ଶୁଭାଂଶୁ ଶୁକ୍ଳା ସେଠାରେ ଭାରତ ପାଇଁ ସାତଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିଛନ୍ତି । ଏହା ବ୍ୟତୀତ, ସେ ISRO ଏବଂ NASA ସହ ସହଭାଗୀତାରେ ପାଞ୍ଚଟି ପରୀକ୍ଷଣ କରିଛନ୍ତି । ସେ ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ ବି କାମ କରିଥିଲେ । ବିଗତ ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାଇଥିଲେ ରାକେଶ ଶର୍ମା ।