ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା, ଭୁବନେଶ୍ବର ଏମ୍ସରୁ ହୋଇଥିଲେ ଏୟାରଲିଫ୍ଟ
1 min read
ଭୁବନେଶ୍ବର: ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା । ଏୟାରପୋର୍ଟରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସରେ ପହଞ୍ଚିବା ପରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଛି ।
ଆଜି ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଏଥିପାଇଁ ଭୁବନେଶ୍ୱର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ହୋଇଥିଲା ଗ୍ରୀନ କରିଡର । କମିଶନରେଟ ପୋଲିସ ପକ୍ଷରୁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଥିଲା । ପୀଡିତାଙ୍କ ଯିବା ରାସ୍ତାକୁ ଟ୍ରାଫିକ ଫ୍ରି କରାଯାଇଥିଲା ।
ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏଥିପାଇଁ ତାଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ଏମସରେ ସ୍ଵତନ୍ତ୍ର ଟିମ୍ ଚିକତ୍ସା କରିବେ I ପୀଡ଼ିତାଙ୍କ ଶରୀରର ୭୦ରୁ ୭୫ ପ୍ରତିଶତ ପୋଡିଯାଇଛି ।