spot_img

Latest Posts

ବାତ୍ୟା ଆଶ୍ରୟସ୍ଥଳୀ ମରାମତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପୁରୀ ଜିଲ୍ଲା କାକଟପୁର ବ୍ଲକ ଛୋଟୀପଡା ଗାଁରେ ଗୋଷ୍ଠୀ ସଂଘର୍ଷ। ଛୋଟୀପଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ମରାମତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କାକଟପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ, ଛୋଟୀପଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ରଙ୍ଗ କରିବା ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ୬ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଏହାର କାର୍ଯ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀ ନାମରେ ଥିବା ବେଳେ କିନ୍ତୁ କାର୍ଯ୍ୟଟିକୁ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି କରିବାକୁ ବିଡ଼ିଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ କମିଟି ସମ୍ପାଦକ, କିଛି ସଦସ୍ୟକୁ ଅଣଦେଖା କରି କମିଟି ସଭାପତି ତଥା ବାଙ୍ଗୁରିଗାଁ ସରପଞ୍ଚ ମରାମତି କାମ କରିଛନ୍ତି । ଯାହାକୁ ନେଇ ଗଣ୍ଡଗୋଳ ତୀବ୍ର ହୋଇଛି। ଏହା ସହ ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ରଙ୍ଗ ମରା କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନ ମାନର ହୋଇଥିବା କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ପହଂଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟ ପଟେ ଏହାକୁ ଖଣ୍ଡନ କରି ବାଙ୍ଗୁରିଗାଁ ସରପଞ୍ଚ। ଯଦି ନିମ୍ନମାନର କାର୍ଯ୍ୟ ହୋଇଛି ତେବେ ସ୍ୱତନ୍ତ୍ର ଯନ୍ତ୍ରୀ ନିକଟରେ ଅଭିଯୋଗ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss