ଟିମ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ, ୧୦ ବର୍ଷ ପରେ…

1 min read

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ କରିଛି ଭାରତ । ଚତୁର୍ଥ ଟେଷ୍ଟ ଜାରି ରହିଥିବାବେଳେ ଏହି ମ୍ୟାଚର ଫଳାଫଳ କେଉଁ ଦିଗକୁ ଯିବ ତାହା ଆଜି ଏକପ୍ରକାର ସ୍ପଷ୍ଠ ହୋଇପାରେ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୪୪ ରନ କରିଥିବାବେଳେ ୭ ଓ୍ବିକେଟ ହରାଇଛି । ଇଂଲଣ୍ଡ ଭାରତଠାରୁ ୧୮୬ ରନରେ ଆଗୁଆ ରହିଛି । ତେବେ ଏହି ମ୍ୟାଚରେ ଭାରତ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି । ଭାରତ ବିପକ୍ଷରେ ବିଦେଶରେ ୧୦ ବର୍ଷ ପରେ ୫୦୦ ରନ ଅତିକ୍ରମ କରିଛି ଇଂଲଣ୍ଡ । ୨୦୧୫ ମସିହାରେ ଅଷ୍ଟ୍ରେଲିଆ ୫୭୨ ରନ କରିଥିଲା । ସୌଭାଗ୍ୟବଶତଃ ଏହି ମ୍ୟାଚଟି ଡ୍ର ହୋଇଯାଇଥିଲା । ତେବେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଥିବାବେଳେ ଏହି ମ୍ୟାଚଟି ଭାରତ ଜିତିବା ପାଇଁ ପ୍ରୟାସ କରିବ ।

ପ୍ରଥମ ପାଳିରେ ଭାରତ ୩୫୮ ରନ କରିଥିବାବେଳେ ଇଂଲଣ୍ଡ ଏବେ ଭଲ ସ୍ଥିତିରେ ରହିଛି । ଏଣୁ ବଡ଼ ରନର ଲଇଡ୍ ଦେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏବେ ଅଧିନାୟକ ବେନ୍ ଷ୍ଟୋକ୍ସ କ୍ରିଜରେ ମହଜୁଦ ରହିଛନ୍ତି । ଏଣୁ ଦଳ ଏକ ବିଶାଳ ସ୍କୋର କରିବ ବୋଲି ଆଶା କରାଯାଉଛି । ସେପଟେ ଏହି ମ୍ୟାଚରେ ଜୋ ରୁଟଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇ ଯାଇଛି । ୩୮ତମ ଶତକ ହାସଲ କରିଥିବାବେଳେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ କରିଥିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ଦ୍ରାବିଡ,କାଲିସ ଏବଂ ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି ।