ପୁଣି ଇଂଲଣ୍ଡରେ ଇତିହାସ ରଚିଲେ ଗିଲ୍, ଭାଙ୍ଗିଲେ ୩୫ ବର୍ଷର ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳୁଛି ଭାରତ । ଦ୍ବିତୀୟ ପାଳିରେ ଭାରତ ପକ୍ଷରୁ ଶତକୀୟ ପାଳି ଖେଳିଛନ୍ତି ଅଧିନାୟକ ଶୁଭମନ ଗିଲ୍ । ସେ ଇଂଲଣ୍ଡରେ ଚତୁର୍ଥ ଶତକ ହାସଲ କରିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ମାଞ୍ଚେଷ୍ଟରର ଏହି ଗ୍ରାଉଣ୍ଡରେ ଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ଏହି ଗ୍ରାଉଣ୍ଡରେ ଶତକ ହାସଲ କରିଛନ୍ତି ।
ଦ୍ବିତୀୟ ପାଳିରେ ଭାରତ କଷ୍ଟକର ସ୍ଥିତିରେ ରହିଥିବାବେଳେ ୨୨୮ ବଲରୁ ସେ ଶତକ ହାସଲ କରିଛନ୍ତି । ଭାରତକୁ ଏହି ମ୍ୟାଚ ଡ୍ର କରିବାକୁ ହେଲେ ଆଜିର ଦିନ ଖେଳିବାକୁ ପଡ଼ିବ । ଶେଷ ଖବର ସୁଦ୍ଧା ଭାରତ ୨୨୩ ରନରେ ୪ ଓ୍ବିକେଟ ହରାଇଛି । ଭାରତ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ଏବଂ ରବିନ୍ଦ୍ର ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି । ଏବେ ଲଞ୍ଚ ବ୍ରେକ୍ ହୋଇଥିବାବେଳେ ଦଳକୁ ମ୍ୟାଚ୍ ଡ୍ର ରଖିବାକୁ ହେଲେ ଆଜି ଦିନ ତମାମ ଖେଳିବାକୁ ପଡ଼ିବ । କାରଣ ଭାରତ ଏବେ ୮୮ ରନ ପଛରେ ରହିଛି ।