spot_img

Latest Posts

ଆଜିଠାରୁ ସୁରୁଖୁରୁରେ ଚାଲିପାରେ ସଂସଦ ଅଧିବେଶନ।

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ସୁରୁଖୁରୁରେ ଚାଲିପାରେ ସଂସଦ ଅଧିବେଶନ। ବିହାର ଭୋଟର ତାଲିକା ସଂଶୋଧନ, ଅପରେସନ ସିନ୍ଦୂର, ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ଅଟଳ ରହିବା ଯୋଗୁ ସଂସଦ ଅଧିବେଶନରେ ବାଧା ଉପୁଜିଥିଲା। ତେବେ ଗତ ୨୫ ତାରିଖରେ ଲୋକସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁସାରେ ଗୃହ ସୁରୁଖୁରୁରେ ଚାଲିବା ସମ୍ଭାବନା ରହିଛି। ସେପଟେ ଗୃହରେ ତିନି ଦିନ ରହିବା ଲାଗି ଦଳୀୟ ଲୋକସଭା ସାଂସଦମାନଙ୍କୁ ହୁଇପ ଜାରି କରିଛି କଂଗ୍ରେସ। ଗତ ଶୁକ୍ରବାର ବିରୋଧୀ ସାଂସଦମାନେ ଡଷ୍ଟବିନ ପ୍ରୋଟେଷ୍ଟ କରି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେପଟେ ଆଜି ଓ ଆସନ୍ତାକାଲି ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ୧୬ ଘଣ୍ଟା ଧରି ହେବ ସ୍ବତନ୍ତ୍ର ଆଲୋଚନା। ଏଥିରେ ସରକାର ରଖିବେ ବିବୃତି। ଅପରେସନ ସିନ୍ଦୂର ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଦାବିରେ ଅଟଳ ରହିଥିଲେ ବିରୋଧୀ। ଆଜି ଲୋକସଭାରେ ଏବଂ ଆସନ୍ତାକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହେବ ଆଲୋଚନା। ପହଲଗାଓଁ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହାକୁ ବିରୋଧ କରୁଛନ୍ତି ବିରୋଧୀ ଦଳ। କେବଳ ଅପରେସନ ସିନ୍ଦୂର ନୁହଁ, ବିହାର ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରସଙ୍ଗରେ ସରକାର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି।

Latest Posts

Don't Miss