ପ୍ରଶାସନର ଅବହେଳାରୁ ଚାଲିଗଲା ଜଣଙ୍କ ଜୀବନ। ବାଲେଶ୍ୱର ରେମୁଣା ସହର ଓରିପୋଲ ନିକଟରେ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତାରେ କେବୁଲ ବିଛାଇବା ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ଗାତ ଖୋଳାଯାଇଥିବା ନେଇ କୌଣସି ସୂଚନା ଫଳକ ନଥିବା ଯୋଗୁଁ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମୃତକ ରେମୁଣା ଜାନୁଗଞ୍ଜ ଅଞ୍ଚଳର ଦାନ୍ତୁ କାଳନ୍ଦୀ ବୋଲି ଜଣାପଡ଼ିଛି। ରାସ୍ତା କଡ଼ରେ ଯାଉଥିବା ବେଳେ ଗାତରେ ଥିବା ପାଣିରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।


