spot_img

Latest Posts

ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ କର୍ମଚାରୀ !,ଥାନାରେ ଏତଲା ଦେଲେ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ କର୍ମଚାରୀ। ଏହି ଅଭାବନୀୟ ଘଟଣା ଘଟିଛି ଗଜପତିରେ। ଆର୍. ଉଦୟଗିରି ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ପାଣି ପରିବର୍ତ୍ତେ ପରିସ୍ରା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ତାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଆର୍ ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ଶ୍ରୀଶିବା ନାମକ ଜଣେ କର୍ମଚାରୀ ଉପ-ବିଭାଗୀୟ ଅଧିକାରୀଙ୍କ କ୍ୱାର୍ଟରରୁ ଏକ ଷ୍ଟେନଲେସ୍ ଷ୍ଟିଲ୍ ବୋତଲରେ ପାନୀୟ ଜଳ ଆଣିଥିଲେ। ଅଭିଯୋଗକାରୀ ଏବଂ ଅନ୍ୟ ଦୁଇଜଣ ପିଇଥିବା ପାଣିରେ ଦୁର୍ଗନ୍ଧ ଏବଂ ଅସ୍ୱାଭାବିକ ସ୍ୱାଦ ଥିବା ଜଣାପଡ଼ିଥିଲା। ଏହାକୁ ପରୀକ୍ଷାଗାର ପରୀକ୍ଷା ପାଇଁ ପଠାଇଥିଲେ। ରିପୋର୍ଟରୁ ଜଣାପଡ଼ିଥିଲା ସେହି ପାଣିରେ ପରିସ୍ରା ମିଶିଛି। ଏପରିକି ଅଭିଯୋଗକାରୀଙ୍କ ଗଳା ସଂକ୍ରମଣ ହୋଇଥିଲା। ଏନେଇ ସେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ପାନୀୟ ଜଳ ନିର୍ଦ୍ଦେଶକ ଏବଂ ପ୍ରମୁଖ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଶ୍ରୀଶିବାଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବରେ ଅଭିଯୋଗ କରି ଆର. ଉଦୟଗିରି ଥାନାରେ ଏକଯ ଏତଲା ଦିଆଯାଇଛି। ଏପରିକି NHRC ବି ଅଭିଯୋଗ ହୋଇଛି।

Latest Posts

Don't Miss