ମିଲ୍ ରୁ ଉଠୁନି ଚାଉଳ, ଚିନ୍ତାରେ ମିଲର୍ସ: ଚାଉଳକୁ ତୁରନ୍ତ ଉଠାଇବାକୁ ଦାବି କରିଛି ମିଲର୍ସ ସଂଘ

ମିଲ୍ ରୁ ଉଠୁନି ଚାଉଳ, ଚିନ୍ତାରେ ମିଲର୍ସ । ବରଗଡ଼ ଜିଲ୍ଲା ମିଲର୍ସ ଆସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମିଲ୍ ରେ ପଡିରହିଥିବା ଚାଉଳକୁ ତୁରନ୍ତ ଉଠାଇବାକୁ ଦାବି କରିଛି ମିଲର୍ସ ସଂଘ । କେତେକ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ । ଚାଉଳ ଉଠିପାରିନଥିବାରୁ ମିଲ୍ ରେ ଜାଗା ନାହିଁ । ଏବେ ମିଲ୍ ରୁ ଚାଉଳ ଉଠୁନଥିବାରୁ ଚିନ୍ତାରେ ମିଲର୍ସ । ବର୍ତମାନ ସୁଦ୍ଧା ମାତ୍ର ୩୯ ପ୍ରତିଶତ ଚାଉଳ ଉଠାଯାଇଥିବାବେଳେ ୬୧ ପ୍ରତିଶତ ଚାଉଳ ମିଲ୍ ରେ ପଡିରହିଥିବା କହିଛନ୍ତି ମିଲର୍ସ । ସେହିପରି ଚଳିତ ରବି ଧାନ ଗୁଡିକ, ଚାଉଳ ନ ଉଠିବା ଯୋଗୁଁ ପଡ଼ିରହିଛି । ତେବେ ବେଶୀ ଦିନ ପଡିରହିଲେ ତାହା ମଧ୍ୟ ଖରାପ ହେବାର ଆଶଙ୍କା ରହିଚ୍ଛି । ତେଣୁ ଖୁବଶୀଘ୍ର ଚାଉଳ ଉଠାଇବାକୁ ସରକାରଙ୍କୁ ନିବେଦନ କରିଛି ବରଗଡ଼ ମିଲର୍ସ ସଂଘ ।