ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ଟାର୍ଗେଟ କରିଛନ୍ତି ବିରୋଧୀ କାରଣ ମହାରାଷ୍ଟ୍ରକୁ ଆଉ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ମଞ୍ଜୁରୀ ମିଳିଛି ହେଲେ ନା ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶାକୁ, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ ଦିନେ ବିରୋଧୀ ଦଳରେ ଥିବା ବିଜେପି ହାଇକୋର୍ଟ ବେଞ୍ଚ ପାଇଁ ସ୍ବର ଉଠାଉଥିଲା ହେଲେ ଶାସନକୁ ଆସିବା ପରେ କ୍ଷେତ୍ରକୁ ଅଣଦେଖା କରି ଓକିଲଙ୍କ ଉପରେ ନିଷ୍ପତ୍ତି ଛାଡ଼ି ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି

ବମ୍ବେ ହାଇକୋର୍ଟକୁ ମିଳିଲା ଚତୁର୍ଥ ହାଇକୋର୍ଟ ବେଞ୍ଚ ଗୋଆ, ଔରଙ୍ଗାବାଦ ନାଗପୁର ପରେ କୋହ୍ଲାପୁରରେ ହାଇକୋର୍ଟ ବେଞ୍ଚ ଅଗଷ୍ଟ ୧୮ରୁ କାର୍ଯ୍ୟକ୍ଷମ ହେବ ହେଲେ ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶା, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ ଲୋକଙ୍କୁ କଟକ ଦୂର ପଡ଼ୁଥିବାରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି ଏହାକୁ ସମ୍ମାନ ଜଣାଇ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରିକି ଭିତ୍ତିଭୂମି ଯୋଗାଇବାକୁ ବି ନବୀନ ସ୍ପଷ୍ଟ କରିଥିଲେ ହେଲେ ଏଯାଏଁ ଏହା ହୋଇ ପାରିଲା ନାହିଁ

ଏହା ଭିତରେ ସରକାର ବଦଳି ବିଜେପି କ୍ଷମତାକୁ ଆସିଛି ବିରୋଧୀରେ ଥିବା ସମୟରେ ବିଜେପି ବାରମ୍ବାର ହାଇକୋର୍ଟ ବେଞ୍ଚ ପାଇଁ ଦାବି କରୁଥିଲା ହେଲେ ଶାସନକୁ ଆସିବା ପରେ ଦିଗରେ ପଦକ୍ଷେପ ଇଞ୍ଚେ ବି ଆଗେଇଲା ନାହିଁ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବନି ବୋଲି ଗତ ବର୍ଷ ସେପ୍ଟେମ୍ବର ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ହେଲେ ବିରୋଧ ଯୋଗୁଁ ୨୪ ଘଣ୍ଟାରେ ସ୍ବର ବଦଳାଇ ମାମଲା ବିଚାରାଧୀନ ଥିବା ନେଇ ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ସେବେଠାରୁ ହାଇକୋର୍ଟ ବେଞ୍ଚ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ଉପୁଜିଛି 

ସେପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘର କୋର୍ଟକୁ ବଲ ପକାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା   ସରକାରଙ୍କ ଏପରି ଯୁକ୍ତିକୁ ବିରୋଧ କରିଛି କଂଗ୍ରେସ ବିଜେପି ଏବେ କାହିଁକି ଚୁପ ? ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ ନିରୂପଣ କରିବା ସରକାରଙ୍କ ଦାୟିତ୍ବ ହେଲେ ସରକାର ଓକିଲଙ୍କ ସହ ଓକିଲ ଜିଲ୍ଲା ସହ ଜିଲ୍ଲାକୁ ଲଢେଇ କରିବା ପାଇଁ ଚେଷ୍ଟା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି

ସବୁ ରାଜ୍ୟର ଭୌଗଳିକ ଚିତ୍ର ଭିନ୍ନ   ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ଛୋଟ ରାଜ୍ୟ ହୋଇଥିଲେ ବି କଟକରୁ ଅନେକ ଦୂର ପଶ୍ଚିମ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମ୍ବଲପୁରରୁ କଟକ ୨୬୭ କିଲୋମିଟର ଦୂର ହୋଇଥିବାବେଳେ ବଲାଙ୍ଗୀର ୩୧୩ କିଲୋମିଟର ଦୂର ସେହିପରି କେରାପୁଟରୁ କଟକ ୫୩୦ କିଲୋମିଟର କଟକରୁ ମାଲକାନଗିରି ୬୬୨ କିଲୋମିଟର ଦୂର ଏପରି ସ୍ଥିତିରେ ଦକ୍ଷିଣ ପଶ୍ଚିମରୁ କଟକ ଆସି ଖର୍ଚ୍ଚାନ୍ତ ହେଉଛନ୍ତି ଲୋକ ଯଦି ତାରିଖ ପରେ ତାରିଖ ପଡ଼େ, ଅର୍ଥ ସମୟ ନଷ୍ଟ ହୋଇଥାଏ ଏପରି ସ୍ଥିତିରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହାରାଷ୍ଟ ପରି ଓଡ଼ିଶାକୁ ହାଇକୋର୍ଟ ବେଞ୍ଚ ମିଳିବା ନେଇ ଚୁପ ବସିବା ବଦଳରେ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାଇବାକୁ ଦାବି ଜୋର ଧରିଛି