ପାକିସ୍ତାନ ପାଇଁ କାମ କରୁଥିବା ଗୁପ୍ତଚର ରାଜସ୍ଥାନର ଜୈସଲମରରୁ ଗିରଫ
1 min read
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ରାଜସ୍ଥାନ ଜୈସଲମରରୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁହେଲେ ମହେନ୍ଦ୍ର ପ୍ରସାଦ। ସେ DRDO ଗେଷ୍ଟ ହାଉସ୍ ରେ ମ୍ୟାନେଜର ଥିଲା। ଟଙ୍କା ଲୋଭରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI କୁ ସେ ଦେଶର ଗୁପ୍ତ ଓ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ଥିଲା। ତା ଉପରେ ବହୁ ଦିନରୁ ନଜର ରଖିଥିଲା ପୋଲିସ। ପକ୍କା ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ରିମାଣ୍ଡରେ ନେଇ ଅଭିଯୁକ୍ତକୁ ଅଧିକ ଜେରା କରିବ ରାଜସ୍ଥାନ ପୋଲିସ। କେଉଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସେ ପ୍ରଦାନ କରିଥିଲା, କେଉଁ କେଉଁ ଅଧିକାରୀଙ୍କ ସହିତ ସଂପର୍କରେ ଥିଲା, ଏହି ତଥ୍ୟ ଓଗାଳିବ ପୋଲିସ। ମହେନ୍ଦ୍ର ପ୍ରସାଦର ପ୍ରକୃତ ଘର ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା। ସୋସିଆଲ ମିଡିଆ ଜରିଆରେ ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ସଂପର୍କରେ ଥିଲା। ଚନ୍ଦନ ଫିଲଡ ଫାୟାରିଂ ରେଞ୍ଜକୁ କେଉଁ ଅଧିକାରୀମାନେ ଆସୁଛନ୍ତି, କେଉଁ ବୈଜ୍ଞାନିକମାନେ ଆସୁଛନ୍ତି, ମହେନ୍ଦ୍ର ତାର ତଥ୍ୟ ପ୍ରଦାନ କରିଥିବାର ସୂଚନା ମିଳିଛି। ଜୈସଲମରରେ ସେନାର ଅନେକ ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ହୋଇଥାଏ।