ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପାଚିକା ଓ ଛାତ୍ରଛାତ୍ରୀ
1 min read
ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ପାଚିକା । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ୱର୍ -୨ ରେ ଥିବା ନୂଆଭୁବନ ଉଚ୍ଚ ବିଦ୍ୟାଳୟରେ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପାଚିକା ମାନେ ନିଆଁ ଲାଗିଥିବା ଗ୍ୟାସ ଟାଙ୍କିଙ୍କୁ ବାହାରକୁ ଫୋପାଡ଼ି ଦେଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସ୍କୁଲ ଓ ଛାତ୍ରଛାତ୍ରୀମାନେ ରକ୍ଷା ପାଇପାରିଥିଲେ। ଦୁର୍ଘଟଣାରେ ରୋଷେଇ ଘର ସାମଗ୍ରୀ ଜଳି ଯିବା ସହିତ ପରିବା, ଅଣ୍ଡା ପୋଡି ନଷ୍ଟ ହୋଇଯାଇଛି । ବିଦ୍ୟାଳୟରେ ମୋଟ ୪୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରାଯାଇଛି । ବିଦ୍ୟାଳୟରେ ମୋଟ ଚାରି ଜଣ ପାଚିକା ଆଜି ରୋଷେଇ କାର୍ୟ୍ୟରେ ନିୟୋଜିତ ଥିଲେ।