୨୩ଦିନରେ ରେକର୍ଡ ଭାଙ୍ଗିଲା ‘ମହାବତାର ନରସିଂହ’ ; ବଜେଟର ୪ଗୁଣା କଲା ରୋଜଗାର
1 min read
ନନ୍ଦିଘୋଷ ବ୍ୟୁରୋ: ରେକର୍ଡ କରୁଛି ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ । ଅଶ୍ୱିନୀ କୁମାରଙ୍କ ନିର୍ଦ୍ଦେଶିତ ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ସଦ୍ୟତମ ରିଲିଜ୍ ହୋଇଥିବା ‘ସନ୍ ଅଫ୍ ସର୍ଦ୍ଦାର 2’ ଏବଂ ‘ଧଡକ୍ 2’କୁ ମଧ୍ୟ ମାତ୍ ଦେଇଛି । ବକ୍ସ ଅଫିସରେ ଏକ ନୂତନ ମାଇଲଖୁଣ୍ଟ ମଧ୍ୟ ହାସଲ କରିଛି। ମଜାଦାର କଥା ହେଉଛି ଯେ ‘ସୈୟାରା’, ‘ସନ୍ ଅଫ୍ ସର୍ଦ୍ଦାର ୨’ ଏବଂ ‘ଧଡକ ୨’ ଭଳି ଫିଲ୍ମ ଥିଏଟରରେ ଆସିବା ସତ୍ତ୍ୱେ, ଅଶ୍ୱିନ କୁମାରଙ୍କ ନିର୍ଦ୍ଦେଶିତ ଏହି ଆନିମେଟେଡ୍ ଫିଲ୍ମ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ।
ବଦଳୁଛି ଭାରତରେ ଦର୍ଶକଙ୍କ ପସନ୍ଦ । ଏବେ କେବଳ ଭଲ ବିଷୟବସ୍ତୁ ନୁହେଁ ବରଂ VFX, ଆନିମେସନ୍, 3D ଏବଂ ଏଡିଟିଂ ଭଳି ଫିଲ୍ମର ଚାହିଦା ବଢିଛି । ନିକଟରେ ‘ମହାବତାର ନରସିଂହ’ ଫିଲ୍ମ ଭଲ ପ୍ରଦର୍ଶନ କରିଛି। ଏହି ଫିଲ୍ମର କଲେକ୍ସନ ୨୦୦ କୋଟି ଅତିକ୍ରମ କରିଛି ଏବଂ ଏହା ଦେଶର ପ୍ରଥମ ଆନିମେଟେଡ୍ ଫିଲ୍ମ ମଧ୍ୟ ହୋଇଛି। ରଜନୀକାନ୍ତଙ୍କ ‘କୁଲି’ ଏବଂ ହ୍ରିତିକ ରୋଶନଙ୍କ ‘ୱାର୍ 2କ୍’ ଭଳି ବଡ଼ ଫିଲ୍ମ ରିଲିଜ୍ ହେବା ପରେ ମଧ୍ୟ ଏହାର କ୍ରେଜ କମିନି । ମହାବତାର ନରସିଂହର ରୋଜଗାର ଚମତ୍କାର ଭାବରେ ବୃଦ୍ଧି ପାଉଛି।
ରିଲିଜ ହେବାର ପ୍ରଥମ ଦିନରେ ମହାବତାର ନରସିଂହର ୨କୋଟି ଟଙ୍କା ମଧ୍ୟ ସଂଗ୍ରହ କରିପାରିନଥିଲା। ଏହା ସହିତ ୪କୋଟି ବଜେଟରେ ନିର୍ମିତ ଏହି ଆନିମେଟେଡ୍ ଫିଲ୍ମଟି କୌଣସି ପ୍ରମୋସନ ବିନା ଆସିଥିଲା। କିନ୍ତୁ ଫିଲ୍ମଟି ଧୀରେ ଧୀରେ ଦର୍ଶକଙ୍କ ବିଶ୍ୱାସ ଜିତି ବକ୍ସ ଅଫିସରେ ନିଜର ସ୍ଥାନ ତିଆରି କରିଥିଲା। ଏହି ସମୟ ମଧ୍ୟରେ ୫-୬ଟି ବଡ଼ ବଜେଟ୍ ଫିଲ୍ମ ଆସିଥିଲା କିନ୍ତୁ କୌଣସିଟି ମହାବତାର ନରସିଂହଙ୍କୁ ଟକ୍କର ଦେଇପାରିନଥିଲା ।
ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୨୩ ଦିନ ସୁଦ୍ଧା ଭାରତରେ ୨୦୨.୩୫ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମଟି ପ୍ରତିଦିନ ଯେଉଁଭଳି ରୋଜଗାର କରୁଛି, ତାହା ସ୍ପଷ୍ଟ ଯେ ଏହାର ରୋଜଗାର ଏତେ ଶୀଘ୍ର ବନ୍ଦ ହେବ ନାହିଁ । ହିନ୍ଦୁ ପୌରାଣିକ କାହାଣୀ ଏବଂ ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ନରସିଂହ ଉପରେ ଆଧାରିତ ଏହି ଫିଲ୍ମକୁ ବିଦେଶରେ ମଧ୍ୟ ପସନ୍ଦ କରାଯାଉଛି । ବିଦେଶରେ ଏହାର ରୋଜଗାର ୧୬ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମଟି ସାରା ବିଶ୍ୱରେ ୨୪୯ କୋଟି ଟଙ୍କା ରୋଜଗାର କରିଛି।