ରିକ୍ସା ଚାଳକର ଆକ୍ରମଣରେ ଆଇନଜୀବୀ ଆହତ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ରାତ୍ରିରେ ରିକ୍ସା ଚାଳକର ଆକ୍ରମଣରେ ପୁରୀର ଜଣେ ଆଇନଜୀବୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି । ପୁରୀ ଟାଉନ ଥାନା ଦୋଳମଣ୍ଡପ ସାହିରେ ଏକ ରିକ୍ସା ଚାଳକ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଗୋଡାଇ ଗୋଡାଇ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କର ମୁଣ୍ଡ, ମୁହଁ ଓ ଛାତିରେ ଗୁରୁତର ଆଘାତ ଲାଗିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପୋଲିସ ଆଇନଜୀବୀଙ୍କୁ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ବେଶ କିଛି ସମୟ ଧରି ତାଙ୍କର ଚିକିତ୍ସା କରାଯାଇଛି । ଏସଂକ୍ରାନ୍ତରେ ଟାଉନଥାନା ପୋଲିସ ଫେରାର ରିକ୍ସା ଚାଳକକୁ ଧରିବା ନେଇ ଅନୁସନ୍ଧାନ ଆରମ୍ଭ କରିଛି।.