ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୫ ହାର୍ଡକୋର ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର। ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୫ ହାର୍ଡକୋର ମାଓବାଦୀ। ଡିଆରଜି ବାହିନୀର କମ୍ବିଂ ଅପରେସନ ଚାଲିଥିବାବେଳେ ଧରାପଡିଲେ । ସେମାନଙ୍କ ମୁଣ୍ଡ ଉପରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗିରଫ ମାଓବାଦୀ ମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ସଦସ୍ଯ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ମାଓବାଦୀଙ୍କ ମଧ୍ଯରୁ ଲକ୍ଷ୍ମୀ ଫାର୍ସା ଓ ସୁଖରାମ ହେମଲା ଓଡିଶାର ବୋଲି ଜଣା ପଡିଛି । ଏମାନଙ୍କ ନିକଟରୁ ଟିଫିନ୍ ବୋମା, କୋର୍ଡେକ୍ସ ତାର, ବିଦ୍ୟୁତ ତାର, ବ୍ୟାଟେରୀ, ମାଟି ଖୋଳିବା ଉପକରଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।