ଡରାଉଛି ବନ୍ୟା ; ଭଦ୍ରକରେ ସ୍କୁଲ ଦୁଇଦିନ ଛୁଟି

ଭଦ୍ରକ : ବନ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ସ୍କୁଲ ଦୁଇଦିନ ଛୁଟି । ବୈତରଣୀ ନଦୀରେ ଆସିଥିବା ବନ୍ୟାକୁ ଲକ୍ଷ୍ୟ କରି ଧାମନଗର ବ୍ଲକର କେତେକ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବନ୍ୟା ଯୋଗୁଁ ଅନେକ ରାସ୍ତାରେ ପାଣି ପ୍ରବାହିତ ହେଉଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କରାଯାଇଛି । ସୋହଡା, ପ୍ରଧାନୀ, ହସାନବାଦ, ଅର୍ଜୁନପୁର ପଞ୍ଚାୟତର ୨୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏସବୁ ସ୍କୁଲ ବୁଧବାର ଦିନ ଖୋଲିବ ବୋଲି ଘୋଷଣା କରାଯାଇଛି ।