କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଧନଖଡ଼ ? ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା…

1 min read

ନନ୍ଦିଘୋଷ ବ୍ୟୁରୋ: ଜଗଦୀପ ଧନଖଡ଼ କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ? ଏହି ପ୍ରଶ୍ନ ଏବେ ବି ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିରୋଧୀ ଦଳମାନେ ଏହି ଇସ୍ତଫାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି । ତେବେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଅମିତ ଶାହ ମଧ୍ୟ ସେହି କାରଣ ଦର୍ଶାଇଛନ୍ତି ଯାହା ଜଗଦୀପ ଧନଖଡ଼ ଦର୍ଶାଇଥିଲେ। ଅମିତ ଶାହ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜଗଦୀପ ଧନଖଡ଼ ତାଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ଇସ୍ତଫା ଦେଇଛନ୍ତି।

ANIକୁ ଦେଇଥିବା ଏକ ସାକ୍ଷାତକାରରେ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଜଗଦୀପ ଧନଖଡ଼ ଜୀ ଏକ ସାମ୍ବିଧାନିକ ପଦବୀରେ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସମ୍ବିଧାନ ଅନୁଯାୟୀ ଭଲ କାମ କରିଥିଲେ । ସେ ତାଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଇସ୍ତଫା ଦେଇଛନ୍ତି । କେହି ଏହାକୁ ଅଧିକ ଟାଣିଘୋଷାରି ଖେଳତାଡ଼ କରିବା ଉଚିତ୍ ନୁହେଁ।’

ପ୍ରକୃତରେ ଜଗଦୀପ ଧନଖଡ଼ ୨୧ ଜୁଲାଇ ୨୦୨୫ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ୨୧ ଜୁଲାଇରେ ହିଁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ସେ ଦିନସାରା ସଂସଦର କାର୍ଯ୍ୟରେ ଅଧ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ପରିସ୍ଥିତି ବଦଳି ଯାଇଥିଲା। ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଇସ୍ତଫାପତ୍ରରେ ସେ ସ୍ୱାସ୍ଥ୍ୟଗତ କାରଣ ଏବଂ ଡାକ୍ତରୀ ପରାମର୍ଶ ଉଲ୍ଲେଖ କରିଥିଲେ।

ତଥାପି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। କଂଗ୍ରେସ ସମେତ ବିରୋଧୀ ଏହାକୁ ଏକ ସାଧାରଣ ଇସ୍ତଫା ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ । କଂଗ୍ରେସର ଜୟରାମ ରମେଶ ଦାବି କରିଥିଲେ ଯେ ଇସ୍ତଫା ପଛରେ ଅନ୍ୟ କୌଣସି କାରଣ ଦର୍ଶାଯାଇଛି । ସେ ସରକାରଙ୍କ ସହ ମତଭେଦ ଏବଂ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଗ୍ରହଣ କରିବା ବିଷୟରେ କହୁଥିଲେ। ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରଠାରୁ ତାଙ୍କୁ ସାର୍ବଜନୀନ  ଦେଖାଯାଇନାହିଁ। ଏହା ସମ୍ପର୍କରେ ମଧ୍ୟ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଜଗଦୀପ ଧନଖଡ଼ ଏବେ କେଉଁଠି ?