୬ବର୍ଷ ସାନ HRଙ୍କ ପ୍ରେମରେ ଏମିତି ପଡ଼ିଥିଲେ ପୂଜାରା ..ଜାଣନ୍ତୁ ପୂଜା-ପୂଜାରାଙ୍କ ଲଭଷ୍ଟୋରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୨୪ ଅଗଷ୍ଟରେ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ପୂଜାରା ପ୍ରତିକ୍ରିୟା ରଖିଛନ୍ତି । ୩୭ ବର୍ଷୀୟ ପୂଜାରା କହିଛନ୍ତି ଯେ ତାଙ୍କର ଅବସର ନେବା ପାଇଁ କୌଣସି ଦୁଃଖ ନାହିଁ । ପୂଜାରା ବିଶ୍ୱାସ କରନ୍ତି ଯେ ଏହା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ କାରଣ ତାଙ୍କର ଦେଶ ପାଇଁ ଖେଳିବାର ସ୍ୱପ୍ନ ପୂରଣ ହୋଇଛି । ସେ ଶେଷ ଥର ପାଇଁ ୨୦୨୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ପାଇଁ ଖେଳିଥିଲେ। ଖରାପ ପ୍ରଦର୍ଶନ ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରୁ ବାଦ ଦେଇଥିଲେ।

ଚେତେଶ୍ୱର ପୂଜାରା କେବଳ ଖେଳ ନୁହଁ ନିଜ ପ୍ରେମ କାହାଣୀ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ । ଚେତେଶ୍ୱର ପୂଜାରା ଏବଂ ପୂଜା ପାବାରୀଙ୍କ କାହାଣୀ ଖୁବ ନିଆରା । ଏକ ସାଧାରଣ ବିବାହ ଭଳି ତାଙ୍କର ସମ୍ପର୍କ ଯୋଡ଼ିବା ଆରମ୍ଭ ହୋଇଥିଲା। ପାରିବାରିକ ବନ୍ଧୁମାନଙ୍କ ମାଧ୍ୟମରେ ଉଭୟ ପରସ୍ପର ସହିତ ପରିଚିତ ହୋଇଥିଲେ। ପ୍ରାୟ ୯୦ ମିନିଟର କଥାବାର୍ତ୍ତା ପରେ ଉଭୟ ଜୀବନସାରା ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏତିକି ସମୟ ଭିତରେ ସେମାନେ ସେମାନଙ୍କ ଭିତରେ ଏକ କନେକ୍ସନ ଥିବାର ଅନୁଭବ କରିଥିଲେ । ଏତେ କମ ସମୟ ମଧ୍ୟାେ ସେମାନେ ପରସ୍ପରକୁ ଜାଣିବା ଏବଂ  ପସନ୍ଦ ଏବଂ ନାପସନ୍ଦର ଅନ୍ଦାଜା ଲଗାଇପାରିଥିଲେ ।

ଏକ ସାକ୍ଷାତକାର ସମୟରେ ପୂଜା ସେମାନଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ, “ଯେତେବେଳେ ଆମେ ପ୍ରଥମ ଥର ପାଇଁ ଭେଟିଥିଲୁ, ଆମର କଥାବାର୍ତ୍ତା ଆରମ୍ଭ ହୋଇଥିଲା ସେତେବେଳେ ସେ ବହୁତ ଖୋଲା ହୃଦୟର ଏବଂ ସଚ୍ଚୋଟ ମନେ ହେଉଥିଲେ। ଆମେ ଦୁଇ ଜଣ ଭଲ ବନ୍ଧୁ ପରି ଥିଲୁ। ଏହା ସବୁ ବହୁତ ସ୍ୱାଭାବିକ ଥିଲା ଏବଂ ସେଠାରୁ ସବୁକିଛି ଆରମ୍ଭ ହୋଇଥିଲା।

ପୂଜାରା ଏବଂ ପୂଜା ୬ ନଭେମ୍ବର ୨୦୧୨ରେ ନିର୍ବନ୍ଧ କରିଥିଲେ ଏବଂ ୧୩ ଫେବୃଆରୀ ୨୦୧୩ରେ ବିବାହ କରିଥିଲେ। ୨୩ ଫେବୃଆରୀ ୨୦୧୮ରେ ଏହି ଦମ୍ପତିଙ୍କ ଏକ ସୁନ୍ଦର କନ୍ୟା ସନ୍ତାନ ହୋଇଥିଲା ଯାହାର ନାମ ସେମାନେ ଅଦିତି ରଖିଥିଲେ।

ପୂଜା ପାବାରୀ ଚେତେଶ୍ୱର ପୂଜାରାଙ୍କଠାରୁ ଛଅ ବର୍ଷ ସାନ ଏବଂ ତାଙ୍କର ଜନ୍ମ ୧୬ ସେପ୍ଟେମ୍ବର ୧୯୯୩ରେ ହୋଇଥିଲା। ପୂଜା ରିଟେଲ୍ ମ୍ୟାନେଜମେଣ୍ଟରେ MBA କରିଥିଲେ ଏବଂ HR ମୁଖ୍ୟ ଭାବରେ କାମ କରିଥିଲେ। ପୂଜା ମୁମ୍ବାଇର ରଚନା ସଂସଦ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟେରିଅର ଡିଜାଇନ୍ ରୁ ଇଣ୍ଟେରିଅର ଡିଜାଇନ୍ ରେ ମଧ୍ୟ ତାଲିମ ନେଇଛନ୍ତି। ବର୍ତ୍ତମାନ ପୂଜା ଜଣେ ବ୍ୟବସାୟୀ। ସେ ସଫଳତାର ସହ ତାଙ୍କର ଇଣ୍ଟେରିଅର ଡିଜାଇନ୍ ବ୍ୟବସାୟ – ଦି ଗ୍ରେଟ୍ ଇଷ୍ଟର୍ଣ୍ଣ କେୟାରଗିଭର୍ସ ପ୍ରତିଷ୍ଠା କରିଛନ୍ତି। ୨୦୨୫ ମସିହାରେ ସେ ନମିତା କାଲାଙ୍କ ସହିତ ମିଶି ‘ଦି ଡାଏରୀ ଅଫ୍ ଏ କ୍ରିକେଟରସ୍ ୱାଇଫ୍: ଏ ଭେରି ଅନୟୁଜୁଆଲ ମେମୋରୀ’ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ।