ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ । ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀମାନେ

ନନ୍ଦିଘୋଷ ବ୍ୟୁରୋ : ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ । ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀମାନେ । ୧୫ ଦିନର ଆନ୍ଦୋଳନ ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏନେଇ ଅମଲା ସଂଘ ସଭାପତି ସୂଚନା ଦେଇଥିବାବେଳେ ସରକାରଙ୍କ ସହ ଆଲୋଚନା ପରେ ପରେ ଅମଲା ଆନ୍ଦୋଳନ ବନ୍ଦ ରଖିଥିବା ନେଇ କୁହାଯାଇଛି । ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀମାନେ ।
ରାଜସ୍ବ ଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବିରେ ରାଜସ୍ବ ଅମଲା ସଂଘ ଆନ୍ଦୋଳନ ଚଳାଇଥିଲା ଅମଲା ସଂଘ ।
ଅମଲା ସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିଲେ । ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଥିଲେ ।