ବିଜେପି ସରକାରର ଆମ ଶାସନ ଯୋଜନାକୁ ନେଇ ବର୍ଷିଲା ବିଜେଡି

1 min read

ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାରର ଆମ ଶାସନ ଯୋଜନାକୁ ନେଇ ବର୍ଷିଲା ବିଜେଡି । ଦଳ ଅଭିଯୋଗ କରିଛି, ବିଜେପି ସରକାର ଉପଲବ୍ଧି ହେଉଛି ଗେରୁଆ ରଙ୍ଗ ବୋଳିବା ଓ ନାଁ ବଦଳାଇବା। ଆଜି ମୁଖ୍ୟମନ୍ତ୍ରୀ କଲେ ଆମ ଶାସନ ବ୍ୟବସ୍ଥା।  ନବୀନ ସରକାରଙ୍କର ୨୪ଟି ଯୋଜନାର ନାଁ ପରିବର୍ତନ କରିଥିଲେ ବିଜେପି ସରକାର। ଆଜିର ଆମ ଶାସନକୁ ମିଶାଇ ଏହା ୨୫ରେ ପହଂଚିଛି। ମୋ ସରକାର ବ୍ୟବସ୍ଥାକୁ ଗାନ୍ଧୀ ଜୟନ୍ତୀରେ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ। ସାଧାରଣ ଲୋକଙ୍କ ଫିଡ଼ବ୍ୟାକ ନେଇ ଯୋଜନା କରିବା ସହ ସ୍ୱଛତା ଆଣିବାକୁ ସେ କରିଥିଲେ। ଏହାକୁ ନୀତି ଆୟୋଗ ପ୍ରଶଂସା କରିଥିଲା। ସେ ସମୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ ଯେ 5T ଯୋଜନା ଓଡ଼ିଶା ପରି ଅନ୍ୟ ରାଜ୍ୟ କରିବା କଥା। ପ୍ରଧାନମନ୍ତ୍ରୀ ଅଫିସ ବି ଏହାକୁ ପ୍ରଶଂସା କରିଥିଲେ। ହେଲେ ଏବେ ନାଁ ପରିବର୍ତନ କଣ ଦରକାର ହେଲା ? ଲୋକଙ୍କ କି ଫିଡ଼ବ୍ୟାକ ନିଆଯାଉଛି? ଆଇନ ଶୃଙ୍ଖଳା ତ ବିଗିଡି ଗଲାଣି। ବାଲେଶ୍ୱରରେ ଛାତ୍ରୀ ଆତ୍ମାହୁତି କଲେ। ଖଣି ବାଲି ଚୋରି ହେଉଛି। ଖାଲି କିଛି ପରିବର୍ତ୍ତନ କରିବାକୁ ବ୍ୟବସ୍ଥା ହେଉଛି ଯାହାର କିଛି ପ୍ରତିଫଳନ ନାହିଁ। ମୋ ସରକାରର ପଜିଟିଭ ଦିଗକୁ ହଜାଇ ଦିଆଯାଉଛି। BSKY ରେ ଯେଉଁ ଫିଡ଼ବ୍ୟାକ ବ୍ୟବସ୍ଥା ଥିଲା, ତାହା ଆଉ ନାହିଁ। ଯାହା ମୋ ସରକାରରେ ସ୍କିମ ଥିଲା, ତାହା ବନ୍ଦ ହୋଇଯାଇଛି। ଆମ ଶାସନରେ ଯାହା ଅଛି, ତାହାର କିଛି ମୂଲ୍ୟ ନାହିଁ। କେବଳ ଯୋଜନା କପି ପେଷ୍ଟ କରୁଛନ୍ତି। କପି ପେଷ୍ଟ ସରକାର। ଥରେ କପି କରି ପାସ ହେବ। ହେଲେ ପରେ ଫେଲ ହୋଇଯିବ। ଲୋକଙ୍କ କିଛି ଲାଭ ହେବନି କହି ବର୍ଷିଛନ୍ତି ଅତନୁ ସବ୍ୟସାଚୀ ନାୟକ।