ଟ୍ରମ୍ପଙ୍କ ଟାରିଫ ପାଇଁ ଆମେରିକା ମାଲାମାଲ, ଅଗଷ୍ଟରେ ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ସମଗ୍ର ବିଶ୍ୱରେ ଚିନ୍ତାର ମାହୋଲ ସୃଷ୍ଟି କରିଥାଇପାରେ କିନ୍ତୁ ଆମେରିକା ଏଥିରେ ମାଲାମାଲ ହେଇଛି । ଅଗଷ୍ଟ ମାସରେ ଆମେରିକାର ରାଜସ୍ୱ ୩୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଯାହାକି ୨୦୨୫ ମସିହାରେ ଗୋଟିଏ ମାସରେ ସର୍ବାଧିକ ରାଜସ୍ୱ ଆଦାୟ ବୋଲି କୁହାଯାଉଛି  । ଟ୍ରେଜେରୀ ବିଭାଗ ତରଫରୁ ଗୁରୁବାର ଦିନ ପ୍ରକାଶ କରାଯାଇଥିବା ତଥ୍ୟ ମୁତାବକ ୨୦୨୫ରେ ଟାରିଫ୍ ରାଜସ୍ୱ ୧୮୩ ବିଲିୟନ ଡଲାର ଅତିକ୍ରମ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ ଟାରିଫ୍ ରାଜସ୍ୱ ବିନା ଆମେରିକାର ଅର୍ଥନୀତି ଦୁର୍ବଳ ହୋଇଯିବ । ଟାରିଫ୍ ରାଜସ୍ୱ ଏପ୍ରିଲରେ ୧୭.୪ ବିଲିୟନ ଡଲାରରୁ ମେ ମାସରେ ୨୩.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା, ତା’ପରେ ଜୁନରେ ୨୮ ବିଲିୟନ ଡଲାର ଏବଂ ଜୁଲାଇରେ ୨୯ ବିଲିୟନ ଡଲାରରେ ପହଞ୍ଚିଛି । ଏହି ଅନୁସାରେ ଆମେରିକା ଚଳିତ ବର୍ଷର ୫ମାସ ମଧ୍ୟରେ ଟାରିଫରେ ଯେତିକି ରୋଜଗାର କରିଛି ତାହା ପୂର୍ବ ବର୍ଷରମୋଟ ରାଜସ୍ବ ଆଦାୟ ଠାରୁ ବହୁତ ଅଧିକ । ଅର୍ଥାତ କେବଳ ୪ ରୁ ୫ ମାସ ମଧ୍ୟରେ ଆମେରିକା ଯେତିକି ରାଜସ୍ୱ ରୋଜଗାର କରିପାରିଲା ତାହା ପୂର୍ବ ବର୍ଷ ଅପେକ୍ଷା ବହୁତ ଅଧିକ । ପୂର୍ବରୁ ଟାରିଫ୍ ରାଜସ୍ୱ ୨୦୨୫ ତୁଳନାରେ ୮୬.୫ ବିଲିୟନ ଡଲାର ଥିଲା। ରାଜସ୍ୱରେ ଏହି ବୃଦ୍ଧି ଫେଡେରାଲ୍ ଆପିଲ୍ କୋର୍ଟର ନିଷ୍ପତ୍ତି ସହିତ ମେଳ ଖାଉଛି, ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ବ୍ୟାପକ ବିଶ୍ୱ ଶୁଳ୍କ ଲାଗୁ କରି ତାଙ୍କ କ୍ଷମତା ଅତିକ୍ରମ କରିଛନ୍ତି କିନ୍ତୁ ଟ୍ରମ୍ପଙ୍କ ଏହି ଟାରିଫ ଆମେରିକାରେ ନଗଦ ବୃଦ୍ଧି କରୁଛି ।

ଏହାକୁ କେନ୍ଦ୍ର କରି ଅନ୍ୟଦେଶ ଉପରେ ଏଭଳି ଟାରିଫ ଲଗାଇବାକୁ ଆମେରିକା କୋର୍ଟ ନିନ୍ଦା କରିଛନ୍ତି । କୋର୍ଟ କହିଛନ୍ତି କି ଅତ୍ୟାଧିକ ଟାରିଫ୍ ଲଗାଇ ଟ୍ରମ୍ପ ତାଙ୍କ ଅଧିକାରକୁ ଅତିକ୍ରମ କରୁଛନ୍ତି । ଏପରି ଶୁଳ୍କ ଲାଗୁ କରିବାର ଅଧିକାର କେବଳ କଂଗ୍ରେସ କିମ୍ବା ବ୍ୟାପାର ନୀତି ପାଖରେ ରହିଛି । ଏହି ରାୟ ଅନ୍ୟ ଆଇନଗତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଉପରେ ପ୍ରଯୁଜ୍ୟ ହେବ ନାହିଁ, ଯେପରିକି ଟ୍ରମ୍ପଙ୍କ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ। ଆଟର୍ଣ୍ଣି ଜେନେରାଲ ପାମ୍ ବଣ୍ଡି ଘୋଷଣା କରିଛନ୍ତି ଯେ ନ୍ୟାୟ ବିଭାଗ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିବ। ଏହି ସମୟରେ, କୋର୍ଟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ଜାରି ରଖିବାକୁ ଅନୁମତି ଦେଇଛନ୍ତି।