ନୂଆ ବ୍ଲକ ଗଠନ ପାଇଁ ଦାବି: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
1 min read
ସରକାରଙ୍କ ପକ୍ଷରୁ ନୂତନ ବ୍ଲକ, ପଂଚାୟତ ଓ ନିର୍ବାଚନ ମଣ୍ଡଳୀ ସଂମ୍ପ୍ରସାରଣ ପାଇଁ ପ୍ରକିୟା ଆରମ୍ଭ ନେଇ ଘୋଷଣା ପରେ ଏବେ ଦେଖା ଦେଲାଣି ବିବାଦ । ଗୋଟିଏ ବ୍ଲକକୁ 2ରୁ ଅଧିକ ବ୍ଲକ ଗଠନ ପାଇଁ ଦାବି ଜୋରଦାର ହୋଇଛି । ବାଲେଶ୍ୱର ଖଇରା ବ୍ଲକ 37ଗୋଟି ପଂଚାୟତକୁ ନେଇ ଗଠିତ । ବଡ଼ ବ୍ଲକ ହୋଇଥିବା ବେଳେ ସରକାରଙ୍କ ଘୋଷଣାକୁ ଆଖି ଆଗରେ ରଖି ଖଇରା ବ୍ଲକର ଅନ୍ତରା ପଂଚାୟତକୁ ବ୍ଲକ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।ଏବେ ଖଇରା ବ୍ଲକ ଡୁଙ୍ଗୁରା ପଂଚାୟତ ଠାରେ 10ଗୋଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ସଦସ୍ୟମାନେ ଡୁଙ୍ଗୁରା ପଞ୍ଚାୟତକୁ ନୂତନ ବ୍ଲକ କରିବାକୁ ଦାବି ଜୋରଦାର କରିଛନ୍ତି । ଯଦି ଦାବି ପୂରଣ ନହୁଏ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତିl ବ୍ଲକ ଗଠନ ସମସ୍ତ ସୁବିଧା ଡୁଙ୍ଗୁରା ପଂଚାୟତରେ ଥିବାବେଳେ ଡୁଙ୍ଗୁରା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ନେଇ ଅଂଚଳବାସୀ କହିଛନ୍ତି ।