ଫୁଲୁଛି ମହାନଦୀ, ମୁଣ୍ଡଳୀରେ ଆସିବ ଛୋଟ ଧରଣର ବନ୍ୟା

ନନ୍ଦିଘୋଷ ବ୍ୟୁରୋ: ଫୁଲୁଛି ମହାନଦୀ, ମହାନଦୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ  ହୀରାକୁଦ ଗେଟ ଖୋଲିଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିଛି। ମୁଣ୍ଡଳୀରେ ସକାଳ ୬ଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୨୨୫ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ, ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୮.୯୦ ଫୁଟ ଥିବା ବେଳେ ତଳ ଭାଗରେ ୮୬.୯୦ ଫୁଟ ରହିଛି । ବର୍ତ୍ତମାନ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ମହାନଦୀର ଜଳ ପ୍ରବାହର ମାତ୍ରା ୬ ଲକ୍ଷ ଟପିଲେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି ।