ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡିଆ

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡିଆ । ଏଥିରେ ଯାଜପୁରର ୨୩ ଜଣ ପର୍ଯ୍ୟଟକ ଥିବା ଜଣାପଡିଛି । ଏମାନେ ସମସ୍ତେ ଚଳିତ ମାସ ୪ ତାରିଖରେ ନେପାଳ ଯାଇଥିଲେ । ଆସନ୍ତା ୧୨ ତାରିଖ ଅର୍ଥାତ ଆଉ ଦିନକ ପରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ନେପାଳର ଶେଖର ଟୁର ଆଣ୍ଡ ସର୍ଭିସର ଓଡିଶା ମ୍ଯାନେଜର ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏମାନେ ନେପାଳ ଭ୍ରମଣରେ ଯାଇଛନ୍ତି । ତେବେ ହଠାତ ନେପାଳ ଅଶାନ୍ତ ହୋଇଯିବାରୁ ଏମାନେ ସେଠାରେ ଫସିଯାଇଛନ୍ତି । ଓଡି଼ଶା ଫେରିବା ନେଇ ସମସ୍ତେ ଭୟ ଓ ଆଶଂକା ଭିତରେ ହୋଟେଲରେ ଦିନ ବିତାଉଛନ୍ତି ।