ସାର ପାଇଁ ଚାଷୀଙ୍କ ହାହାକାର , ଲାଇନରେ ଲାଗିଛି ଆଧାର କାର୍ଡ
1 min read
ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ସାର ପାଇଁ ଚାଷୀଙ୍କ ହାହାକାର I ଆଜି ପୁଣି ଦେଓଗାଁ ବ୍ଲକ ଗୌଡଗୋଠ ପ୍ଯାକ୍ସରେ ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ I ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ I କୃଷି ସମବାୟ ସମିତି ସମ୍ମୁଖରେ ଲାଇନରେ ନାହାଁନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ I ୮ଶହରୁ ଅଧିକ ଚାଷୀ ଲାଇନରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ରଖି ଲମ୍ବା ଲାଇନ ଲଗାଇଛନ୍ତି ଚାଷୀ । କିନ୍ତୁ ସାର ମହଜୁଦ ରହିଛି ମାତ୍ର ୩ଶହ ଚାଷୀଙ୍କ ପାଇଁ I ଗୌଡଗୋଠ ପ୍ଯାକ୍ସରେ ୭୬୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି । ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ସରକାରୀ ନିୟମ ରହିଛି I ହେଲେ ଅଣୠଣକାରୀ ଚାଷୀ ଆଧାର କାର୍ଡ ଲାଇନରେ ଲଗାଇ ଚିନ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।