ଆସନ୍ତା ୧୮ରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ ବିଜେଡି

ଆସନ୍ତା ୧୮ ରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ ବିଜେଡି। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ବିପର୍ଯ୍ୟୟ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଯାହାକୁ ପ୍ରତିବାଦ କରି ବଡଚଣା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ବାଲିଚନ୍ଦ୍ରପୁର ସ୍ତିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକରେ ବହୁ ବିଜେଡ଼ି ନେତା ଓ କର୍ମୀ ଯୋଗ ଦେଇଥିଲେ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡିଥିବା ବେଳେ ବେଆଇନ ଲଘୁଖଣିଜ କାରବାର ବଢ଼ି ଚାଲିଛି। ଲୋକଙ୍କୁ ନ୍ୟାୟ ଦେବାରେ ବାଲିଚନ୍ଦ୍ରପୁର ପୋଲିସ ବିଫଳ ହୋଇଛି। ଯାହାର ପ୍ରତିବାଦରେ ଘେରାଉ କରାଯିବ।