spot_img

Latest Posts

ନବୀନ ସରକାରର ବଡ଼ ସଫଳତା: ଓଡ଼ିଶାର ସର୍ବାଧିକ ପିଲା ପାଠ ପଢ଼ା ଜାରିରଖିଥିଲେ

ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶାର ଷ୍ଟୁଡେଣ୍ଟ ରିଟେନସନ୍ ହାର ଥିଲା ସର୍ବାଧିକ ୯୭ ପ୍ରତିଶତ। ୪ଟି ରାଜ୍ୟରେ ରାଇଟ୍ ଟୁ ଏଜୁକେସନ୍ ଆଇନରେ ସ୍କୁଲରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ସବୁଠୁ ଅଧିକ ପିଲା ପାଠ ପଢ଼ା ଜାରି ରଖିଥିଲେ ଓଡ଼ିଶାରେ। ଏହା ହେଉଛି ୨୦୨୩-୨୪ ର ତଥ୍ୟ। ଏହି ରିପୋର୍ଟ ପ୍ରକାଶ କରିଛି ଇନ୍ଦସ୍ ଆକ୍ସନ। ଏହି ରିପୋର୍ଟ ଅନୁସାରେ ରାଇଟ ଟୁ ଏଜୁକେସନ ଆଇନରେ ୪ଟି ରାଜ୍ୟରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ଓଡ଼ିଶାରେ ୯୭ ପ୍ରତିଶତ ପିଲା ପାଠପଢ଼ା ଜାରି ରଖିଥିଲେ। ଅର୍ଥାତ ମାତ୍ର ୩ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ଯାହାକି ସର୍ଭେରେ ସାମିଲ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ। 5T ପାଇଁ ଏହା ସମ୍ଭବ ହୋଇପାରିଥିଲା।

ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲା ଯେମିତି ଉଚ୍ଚମାନର ଶିକ୍ଷା ପାଇବେ, ସେଥିପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସେତେବେଳର ବିଜେଡି ସରକାର ଯେଉଁ ପ୍ରଚେଷ୍ଟା କରିଥିଲା, ତାର ଫଳସ୍ଵରୂପ ଏହି ସଫଳତା ମିଳିଛି। ପ୍ରଭାବଶାଳୀ ଭାବେ ରଣନୀତି କାର୍ଯ୍ୟକାରୀ କରିବା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଯେଉଁ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରାଯାଇଥିଲା, ସେଥିପାଇଁ ଏହି ସଫଳତା ମିଳିଛି। ତତ୍କାଳୀନ ବିଜେଡି ସରକାର ସମୟରେ 5T ଜରିଆରେ ୭ ହଜାର ସରକାରୀ ସ୍କୁଲର ରୂପାନ୍ତରଣ ହୋଇଥିଲା। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏହା ନୂଆ ଦିଗ ଦେଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିଥିଲା ନୂଆ ସମ୍ଭାବନା। ନବୀନ ସରକାର ବିଶ୍ଵାସ କରନ୍ତି ଯେ, ଉତ୍ତମ ମାନର ଶିକ୍ଷା ଦ୍ଵାରା ପ୍ରତ୍ୟେକ ଶିଶୁକୁ ସଶକ୍ତ କଲେ ହିଁ ସମୃଦ୍ଧଶାଳୀ ନୂଆ ଓଡ଼ିଶା ଗଠନ ସମ୍ଭବ।

ଏହି ସଫଳତା ପଛରେ ରହିଛି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମାଆ, ପ୍ରଶାସକଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଅବଦାନ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହାକୁ ନେଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ କହିଛନ୍ତି, ୨୦୦୦ ରେ ଯେବେ ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନକୁ ଆସିଥିଲେ, ସେତେବେଳେ ଡ୍ରପଆଉଟ ସଂଖ୍ୟା ଅଧିକ ଥିଲା। ଦୀର୍ଘ ୨୪ ବର୍ଷ ହେବ ନବୀନ ପଟ୍ଟନାୟକ ଓଡ଼ିଶାକୁ ରୂପାନ୍ତର କରିବାରୁ ଆଜି ରିପୋର୍ଟ ଆସିଛି ଯେ 97% ପିଲା ସ୍କୁଲ ଯାଉଛନ୍ତି। ସେମାନଙ୍କ ପାଠପଢା ପ୍ରତି ଆଗ୍ରହ ଅଛି। ଏହାର କାରଣ ହେଉଛି ଯେବେ ଗରିବ ପିଲା ସ୍କୁଲ ଯାଉଛି, ତାକୁ ମଧ୍ୟାନ୍ନ ଭୋଜନ ମିଳୁଛି। ନବୀନ ଶାସନରେ ଗରିବ ଖାଦ୍ୟ ପାଇଛି। ଶିକ୍ଷାର ବାତାବରଣ ଓ ସୁରକ୍ଷିତ ପରିବେଶ ଦେଇଥିଲେ ନବୀନ ପଟ୍ଟନାୟକ। ସେଥିପାଇଁ ଡ୍ରପଆଉଟ କମିଛି। ଏହି ରିପୋର୍ଟ ଯୋଗୁଁ ଆଜି ଓଡ଼ିଶା ବିଶ୍ୱ ଦରବାରରେ ପ୍ରଶଂସିତ. ହେଲେ ଦୀର୍ଘ ୧୪ ମାସ ହେବ ଛାତ୍ରୀ ଅସୁରକ୍ଷିତ। ସରକାର ସୁଇଚ ଅଫ। ଆମ୍ବ ଟାକୁଆ ଖାଉଛନ୍ତି ଲୋକେ। ଅନାହାରରେ ମରୁଛନ୍ତି। ମଧ୍ୟାନ୍ନ ଭୋଜନ ଦୁର୍ନୀତି ହେଉଛି। ଯେଉଁ ଓଡ଼ିଶାକୁ ନବୀନ ପଟ୍ଟନାୟକ ଜିରୋରୁ ହିରୋ କରିଥିଲେ, ତାକୁ ବିଜେପି ସରକାର ବର୍ବାଦ ନ କରନ୍ତୁ।

Latest Posts

Don't Miss