ଭାଇରାଲ କରିବା ପଡ଼ିଲା ମହଙ୍ଗା: ଗିରଫ ହେଲା ଅଭିଯୁକ୍ତ

ଛାତ୍ରନେତାଙ୍କ ଫେକ୍ ଆଇଡି କରି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ଘଟଣା । ଗିରଫ ହେଲା ଅଭିଯୁକ୍ତ ଚଣ୍ଡୀ ପ୍ରସାଦ ମହାପାତ୍ର ଓରଫ ପପି। ଅଭିଯୁକ୍ତର ଘର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ। ଅଭିଯୋଗ ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୋଗକାରୀ ଛାତ୍ରନେତା ଜଣଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କର ଚରିତ୍ର ସଂହାର କରିଥିଲା। ସୋସିଆସ ମିଡିଆରେ ଫେକ ଆକାଉଣ୍ଟ ଖୋଲିବା ସହ କିଛି ମିଛ ଅଡିଓ ଏଡିଟ କରି ଭାଇରାଲ କରିବାକୁ ଚେଷ୍ଟା କରିଥିଲା। ଅଭିଯୋଗକାରୀଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଥିବାରୁ ସେ ଏହାକୁ ନେଇ ଆଇନର ଆଶ୍ରୟ ନେଇଥିଲେ। ସାଇବର ଥାନାରେ ଏତଲା ଦେଇଥିଲେ ଓ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତ ଜଣଙ୍କୁ କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରାଯାଇଛି। ପୋଲିସ ତାଠାରୁ କ୍ରାଇମରେ ବ୍ୟବହୃତ ଡିଜିଟାଲ ଡିଭାଇସ ଜବତ କରିଛି। ଆଇଟି ଆକ୍ଟ ମୁତାବକ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।