spot_img

Latest Posts

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା। ଉଟାହର ଓରେମରେ ଥିବା ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୩୧ ବର୍ଷର ଚାର୍ଲିଙ୍କ ବେକରେ ଗୁଳି ବାଜିଥିଲା। ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଫାୟାରିଂ। ସେ “ଆମେରିକୀୟ କମବ୍ୟାକ୍” ଏବଂ “ମୋତେ ଭୁଲ୍ ପ୍ରମାଣ କରନ୍ତୁ” ସ୍ଲୋଗାନ ଲେଖାଯାଇଥିବା ଏକ ଧଳା ତମ୍ବୁ ତଳେ ବସି ଭାଷଣ ଦେଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ହତ୍ୟାର କିଛି ମୁହୂର୍ତ୍ତ ପୂର୍ବରୁ, ଯୁବ ସଂଗଠନ ‘ଟର୍ନିଂ ପଏଣ୍ଟ USA ‘ର ସହ-ପ୍ରତିଷ୍ଠାତା କିର୍କ ଜଣେ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ବନ୍ଧୁକ ହିଂସାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତା ପରେ ତାଙ୍କୁ ଗୁଳି ବାଜିଥିଲା । ଉଟାହ କଲେଜରେ କିର୍କଙ୍କ କାର୍ଯ୍ୟକ୍ରମ “ଦି ଆମେରିକୀୟ କମବ୍ୟାକ୍ ଟୁର୍”ର ଏକ ଅଂଶ ଥିଲା । କିର୍କଙ୍କ ସୁରକ୍ଷାରେ ତ୍ରୁଟି ଥିବାର ଅଭିଯୋଗ କରାଯାଇଛି। ସମାବେଶରେ ପ୍ରାୟ ୩ ହଜାର ଲୋକ ଉପସ୍ଥିତ ଥିଲେ।

Latest Posts

Don't Miss