ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ
1 min read
ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ। ଗତ ମେ ୨୦୨୩ରେ ମଣିପୁରରେ ହିଂସା ପରଠାରୁ ପ୍ରଥମ ଥର ଲାଗି ମଣିପୁର ଗସ୍ତ କରିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଣିପୁର ମୁଖ୍ୟ ସଚିବ ପୁନୀତ କୁମାର କହିଛନ୍ତି- ମିଜୋରାମ ଆଇଜଲରୁ ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁର ଆସିବେ। ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ସେ ଶାନ୍ତି ପଡ଼ିଆରେ ଉଦବୋଧନ ଦେବେ। ସେ ଚୁରାଚାନ୍ଦପୁରରେ ୭ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ୨୦୨୩ରୁ ଚାଲିଆସିଥିବା ହିଂସାରେ ଚୁରାଚାନ୍ଦପୁର ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ହିଂସାରେ ରାଜ୍ୟରେ ୨୬୦ ଜୀବନ ଯାଇଛି।ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚୁରାଚାନ୍ଦପୁରରେ ମାତିଛନ୍ତି ଦୁର୍ବୃତ୍ତ। ବିଭିନ୍ନ ସ୍ଥାନରେ କରିଛନ୍ତି ଭଙ୍ଗାରୁଜା। ଚୁରାଚାନ୍ଦପୁରରେ କିଛି ଅସାମାଜିକ ବ୍ୟକ୍ତି କରିଛନ୍ତି ଭଙ୍ଗାରୁଜା। ବିଭିନ୍ନ ରାସ୍ତାରେ ଲଗାଯାଇଥିବା ବ୍ୟାରିକେଡକୁ ସେମାନେ ଭାଙ୍ଗିବା ସହ ରାସ୍ତାର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରିଛନ୍ତି।