AIIMS ଡାକ୍ତରଙ୍କ ଚେତାବନୀ: ଅଧା ରନ୍ଧା ଚିକେନ୍ ଖାଇଲେ ଶରୀର ହୋଇପାରେ ପାରାଲାଇଜ୍

1 min read

ଆଜିର ସମୟରେ ନିଜର ଖାଦ୍ୟପେୟରେ ପରିବର୍ତ୍ତନ କାରଣରୁ ମଣିଷ ଅନେକ ରୋଗର ସାମ୍ନା କରୁଛି । ତେବେ ଏହା ମଧ୍ୟରେ ଅଖିଳ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ଡାକ୍ତରମାନେ ଏକ ଚେତାବନୀ ଦେଇଛନ୍ତି । ଅଧା ରନ୍ଧା ଚିକେନ ଖାଇଲେ ଶରୀର ପାରାଲାଇଜ୍ ହୋଇପାରେ । ପ୍ରଥମେ ପାଦ ଝିମଝିମ୍ ହେବା ଆରମ୍ଭ ହୋଇ ପରେ ଏହା ସାରା ଶରୀରକୁ ବ୍ୟାପିପାରେ । ଏହାକୁ ଗିଲିୟନ-ବୈରେ ସିଣ୍ଡ୍ରୋମ (GBS) କୁହାଯାଏ । ଏହି ବିମାରୀ ବହୁତ କମ୍ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ, ମାତ୍ର ଏହା ଗମ୍ଭୀର ହୋଇପାରେ ।

ଏମ୍ସ, ହାର୍ଭାର୍ଡ ଓ ଷ୍ଟେନଫୋର୍ଡରୁ ଟ୍ରେନିଂ ପ୍ରାପ୍ତ ଜଣେ ଡାକ୍ତର ଏକ  ଇନଷ୍ଟାଗ୍ରାମ ଭିଡିଓରେ ଏ ବାବଦରେ ଉଲ୍ଲେଖ କରିଛନ୍ତି । ଅନେକ ସମୟରେ ଫ୍ଲୁ ବା ଅଧା ରନ୍ଧା ଚିକେନ ଖାଇବା ଦ୍ବାରା ହେଉଥିବା ଫୁଡ ପଏଜନିଂ ପରେ ମଧ୍ୟ ଜିବିଏସ ହୋଇପାରେ । ଜିବିଏସର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଓ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରିବା ବହୁତ ଜରୁରୀ । କାରଣ ଠିକ୍ ସମୟରେ ଚିକିତ୍ସା ନକଲେ ଗମ୍ଭୀର କ୍ଷତି ହୋଇପାରେ । ଜିବିଏସ ଏକ ଏପରି ବିମାରୀ, ଯାହା ଫଳରେ ଶରୀର ନିଜର ଇମ୍ୟନ ସିଷ୍ଟମ ଭୁଲ ଭାବେ ନର୍ଭସ ଉପରେ ଆକ୍ରମଣ କରିଦେଇଥାଏ । ଏହାଦ୍ବାରା ହାତ, ପାଦ ଝିମଝିମ, ମାଂସପେଶୀ ଦୁର୍ବଳ ହୋଇଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ କିଛି ମାମଲାରେ ଶରୀରର ଅଙ୍ଗ ପାରାଲାଇଜ ମଧ୍ୟ ହୋଇପାରେ ।

ସର୍ବପ୍ରଥମେ ପାଦରେ ଦୁର୍ବଳ ଅନୁଭବ ହୋଇଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହି ଦୁର୍ବଳତା ଉପରକୁ ବଢ଼ି ପୂରା ଶରୀରକୁ ପାରାଲାଇଜ କରିପାରେ । ବେଳେବେଳେ କଥା କହିବା ସମୟରେ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥାଏ । ଏହାର ଅର୍ଥ ହେଉଛି, ଗଳାର ମାଂସପେଶୀକୁ ନିୟନ୍ତ୍ରଣ କରୁଥିବା ନସ ମଧ୍ୟ ପ୍ରଭାବିତ ହେଉଛି । ପରିସ୍ରା, ମଳତ୍ୟାଗରେ ସମସ୍ୟା ମଧ୍ୟ ଏହାର ସଙ୍କେତ ହୋଇପାରେ । ଜିବିଏସ କାରଣରୁ ବହୁତ ଯନ୍ତ୍ରଣା ହୋଇଥାଏ । ଏହି କାରଣରୁ ପିଠି, ଜଂଘ, ହାତ ଓ ପାଦରେ ସମସ୍ୟା ଦେଖାଦେଇଥାଏ ।