ଆପଲ iphoneରେ ଗେରୁଆ ରଙ୍ଗ ଚଢ଼ିବା ପରେ ହଠାତ ବଢ଼ିଲା ଡିମାଣ୍ଡ, ୩ ଦିନିରେ ଆଉଟ୍ ଅଫ୍ ଷ୍ଟକ୍
1 min read
ନନ୍ଦିଘୋଷ ବ୍ୟୁରୋ: Apple iPhone 17 Series ସବୁଠାରୁ ଦାମୀ ମଡେଲ iPhone 17 Pro Max ର କସ୍ମିକ ଅରେଞ୍ଜ ଭେରିଏଣ୍ଟର ଡିମାଣ୍ଡ ହଠାତ ବଢ଼ି ଯାଇଛି । କସ୍ମିକ ଅରେଞ୍ଜ ଭେରିଏଣ୍ଟ ଗେରୁଆ ରଙ୍ଗ ସହ ବହୁତ ମିଶି ଯାଉଛି । କମ୍ପାନୀ କର୍ମଚାରୀଙ୍କ ତଥ୍ୟ ଅନୁସାରେ ଏହି ରଙ୍ଗର ଭେରିଏଣ୍ଟ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଫ୍ରି ବୁକିଂ ଆରମ୍ଭ ହେବାର ମାତ୍ର ତିନି ଦିନରେ ଏହି ଭେରିଏଣ୍ଟ ଭାରତ ଓ ଆମେରିକାରେ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି ।
ଆପଲ ଇଣ୍ଡିଆ ଅଧିକାରୀଙ୍କ ଓ୍ବେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ଆଇଫୋନ୍ ପ୍ରୋ ମ୍ୟାକ୍ସର ସମସ୍ତ ଭେରିଆଣ୍ଟ ଆପଲ ଷ୍ଟୋରର ପିକ-ଅପ୍ ବିକଳ୍ପ ସହ ପ୍ରି-ଅର୍ଡର ପାଇଁ ଉପଲବ୍ଧ ନାହିଁ । ଭାରତରେ iPhone 17 Pro Max ଓ iPhone 17 Pro ସିରିଜ, ଉଭୟ କସ୍ମିକ ଅରେଞ୍ଜ ଡିଭାଇସ ଷ୍ଟୋର ପିକ୍-ଅପ୍ ଅପସନ ସହ ପ୍ରି ବୁକିଂ ପାଇଁ ଉପଲବ୍ଧ ନାହିଁ ।
ମିଡିଆ ତଥ୍ୟ ଅନୁସାରେ, ଜଣେ ଆପଲ ବିଶେଷଜ୍ଞ କହିଛନ୍ତି, ଆପଣମାନଙ୍କୁ ଏପରି କହିବା ବେଳେ ଦୁଃଖ ଲାଗୁଛି । ହେଲେ ବହୁ ସଂଖ୍ୟାରେ ପ୍ରି-ଅର୍ଡର କାରଣରୁ iPhone 17 Pro Max ର ସମସ୍ତ କସ୍ମିକ ଅରେଞ୍ଜ ବିକ୍ରି ବଢ଼ି ଯାଇଛି । ଆଇଫୋନ ୧୭ ପ୍ରି ମ୍ୟାକ୍ସର କୌଣସି ବି ଷ୍ଟୋରେଜ ଭେରିଏଣ୍ଟରେ ବର୍ତ୍ତମାନ ଏହି ରଙ୍ଗର ଅପସନ ଉପଲବ୍ଧ ନାହିଁ । ସମସ୍ୟା ପାଇଁ ଦୁଃଖ ଲାଗୁଛି । ତେବେ ଆମ ବ୍ୟାକ୍ ଆଣ୍ଡ ଟିମ୍ ଶୀଘ୍ର କସ୍ମିକ ଅରେଞ୍ଜ (ଗେରୁଆ) ଭାରିଏଣ୍ଟକୁ ବଜାରକୁ ଛାଡିବାକୁ ପ୍ରୟାସ ଚଲାଇଛନ୍ତି । କିଛି ଷ୍ଟୋରରେ ସେପ୍ଟେମ୍ବର ୧ରୁ ଲିମିଟେଡ ୟୁନିଟ ଉପଲବ୍ଧ ହେବ । ସେହିପରି ପ୍ରି ବୁକିଂ ଅର୍ଡର ବିନା ମଧ୍ୟ ଏହି ଫୋନ୍ କିଣି ହେବ । ହେଲେ ଏହି ହ୍ୟାଣ୍ଡସେଟ ପ୍ରଥମେ ଆସ, ପ୍ରଥମେ ନିଅ ଆଧାରରେ ମିଳିବ ।
ଭାରତରେ ଦାମ କେତେ ?
ଆଇଫୋନ ୧୭ ପ୍ରୋ ମ୍ୟାକ୍ସର ୨୫୬ ଜିବି ଭେରିଏଣ୍ଟ, ୫୧୨ ଜିବି, ୧ ଟିବି ଓ ୨ ଟିବି ଏହିପରି ୪ଟି ଷ୍ଟୋରେଜ୍ ଭେରିଏଣ୍ଟ ରହିଛି । ଆଉ ଏହାର ମୂଲ୍ୟ କ୍ରମଶ ୧,୪୯,୯୦୦ ଟଙ୍କା, ୧,୬୯,୯୦୦ ଟଙ୍କା, ୧,୮୯,୯୦୦ ଟଙ୍କା ଓ ୨,୨୯,୯୦୦ ଟଙ୍କା ରହିଛି । ୧୨ ସେପ୍ଟେମ୍ବରରୁ ଆଇଫୋନ ୧୭ ସିରିଜର ପ୍ରି ବୁକିଂ ଆରମ୍ଭ ହୋଇଥିଲା । ୧୯ ଡିସେମ୍ବରରୁ ପ୍ରି ବୁକିଂ କରିଥିବା ଗ୍ରେହକଙ୍କୁ ଫୋନ ଡେଶିଭର କରିବା ଆରମ୍ଭ ହୋଇଯିବ ।