ମହିଳା ଶ୍ରମିକଙ୍କ ଭାଗ୍ୟ ବଦଳିଲା: ପାଇଲେ ୮ଟି ହୀରା, ଦାମ୍ ଲକ୍ଷ ଲକ୍ଷ ଟଙ୍କା
1 min read
ମଧ୍ୟପ୍ରଦେଶର ପନ୍ନା ଜିଲ୍ଲା ହୀରା ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ମାତ୍ର ଯେତେବେଳେ ଏହି ଖଜାନା ସିଧାସଳଖ କୌଣସି ସାଧାରଣ ମଣିଷଙ୍କ ହାତରେ ଲାଗେ, ସେତେବେଳେ କାହାଣୀ ଆହୁରି ଖାସ୍ ହୋଇଯାଇଥାଏ । ଏହି ଜିଲ୍ଲାରେ ରହୁଥିବା ରଚନା ଗୋଲ୍ଡର ମଜଦୁରୀ କରିଥାନ୍ତି । ତାଙ୍କର ବୟସ ୫୦ ବର୍ଷ । ଘର ଚଳାଇବା ପାଇଁ ସେ ଦୈନିକ ପରିଶ୍ରମ କରିଥାନ୍ତି । ରଚନା ଗୋଟିଏ ଖଣିକୁ ନେଇ ଭାଗ୍ୟ ପରୀକ୍ଷା କରିଥିଲେ ଓ ତାହା ତାଙ୍କର ଭାଗ୍ୟକୁ ସେତେବେଳେ ଚମକାଇବାରେ ସଫଳ ହୋଇଥିଲା, ଯେତେବେଳେ ସେ ୮ଟି ହୀରା ପାଇଥିଲେ ।
ରିପୋର୍ଟ ମୁତାବକ, ରଚନା ହଜାରା ମୁଡ୍ଡା ଅଞ୍ଚଳରେ ଖନନ ପଟ୍ଟୀ ନେଇ ହୀରାର ସନ୍ଧାନରେ ଖୋଳିବା କାମ ଆରମ୍ଭ କରିଥିଲେ । ଏହି ଖନନ ମଧ୍ୟରେ ସେ କିଛି ଖଜାନା ପାଇଥିଲେ, ଯାହାକୁ ଦେଖି ଯେ କେହି ଚକିତ ହୋଇଯାଇଥିଲା । ୮ଟି ହୀରା ମଧ୍ୟରୁ ଛଅଟି ହାଇ କ୍ବାଲିଟିର ଥିଲା । ତାହାର ମୋଟ ଓଜନ ୨.୫୩ କ୍ୟାରେଟ ରହିଥିଲା । ହୀରା ବିଶେଷଜ୍ଞଙ୍କ ଅନୁସାରେ, ସବୁଠାରୁ ବଡ଼ ହୀରା ୦.୭୯ କ୍ୟାରେଟ । ଦୁଇଟି ହୀରାର ରଙ୍ଗ ସାମାନ୍ୟ ଅଫ-କଲର, ମାତ୍ର ଅନ୍ୟ ରତ୍ନ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇପାରେ । ରଚନା ଏହି ହୀରାକୁ ଡାଇମଣ୍ଡ ଅଫିସରେ ଜମା କରିଛନ୍ତି । ଖୁବଶୀଘ୍ର ସେଠାରୁ ହୀରାକୁ ନିଲାମୀ ପାଇଁ ପଠାଯିବ ।