ପ୍ରବଳ ବର୍ଷାରେ ଭିଜିଭିଜି ହକ ପାଇଁ ରାଜଧାନୀରେ ଗର୍ଜିଲ କଳା ଓ କ୍ରୀଡ଼ା ଶିକ୍ଷକ
1 min read
ନନ୍ଦିଘୋଷ ବ୍ୟୁରୋ : ପୁରୀରୁ ରାଲି ରାଜଧାନୀରେ ବିକ୍ଷୋଭ I ସ୍ଥାୟୀ ନିଯୁକ୍ତି ଦାବି କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପଦଯାତ୍ରା । ହକ ପାଇଁ ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ସାର । ପାର୍ଟ ଟାଇମ ବଦଳରେ ସ୍ଥାୟୀ ନିଯୁକ୍ତି ଦାବୀ କରି ଜୋରଦାର ବିକ୍ଷୋଭ I ପୁରୀରୁ ପଦଯାତ୍ରାରେ ଆସି ୪ ହଜାରରୁ ଅଧିକ ଶିକ୍ଷକ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି I
ହକ୍ ପାଇଁ ଆନ୍ଦୋଳନ । ରାଜଧାନୀରେ ଗର୍ଜିଲେ କଳା ଓ କ୍ରୀଡ଼ା ଶିକ୍ଷକ I ସ୍ଥାୟୀ ନିଯୁକ୍ତି ଦାବି କରି ପୁରୀରୁ ପଦଯାତ୍ରା । ସ୍ଥାୟୀ ନିଯୁକ୍ତି ନହେଲେ ଜୋରଦାର ଆନ୍ଦୋଳନ ଚେତାବନୀ । ରାଜଧାନୀ ରାଜରାସ୍ତାରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଜୋରଦାର ଆନ୍ଦୋଳନ I ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶ୍ରୀକ୍ଷେତ୍ର ପୁରୀରୁ ପଦଯାତ୍ରାରେ ବାହାରିଥିଲା ସଂଘ I ଭୁବନେଶ୍ଵରରେ ପହଁଞ୍ଚିବା ପରେ କରିଛନ୍ତି ଜୋରଦାର୍ ବିକ୍ଷୋଭ I ପ୍ରବଳ ବର୍ଷା ସତ୍ତ୍ବେ ନିଜ ହକ ପାଇଁ ଗର୍ଜିଛି ଶିକ୍ଷକ ସଂଘ । ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ବାହାରିଥିଲା ପଦଯାତ୍ରା । ଠିକା ନିଯୁକ୍ତିକୁ ବିରୋଧ କରି ସ୍ଥାୟୀ ନିଯୁକ୍ତି ଦାବିରେ କରିଛନ୍ତି ଜୋରଦାର ବିକ୍ଷୋଭ ।
ଆଖିରେ ଲୁହ ଛାତିରେ କୋହ ଭରି କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ସେମାନଙ୍କ ଦୁଃଖ I ତେବେ ସାରା ରାଜ୍ୟରେ ୪ ହଜାରରୁ ଅଧିକ ଶିକ୍ଷକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ନିୟମିତ କରାଗଲା ନାହିଁ । ୮ ହଜାର ଟଙ୍କା ପାରିଶ୍ରମିକରେ ଘର ଚଲିବା ମୁସ୍କିଲ୍ I ଯାହାକୁ ନେଇ ଆକ୍ରୋଶ ଜାହିର କରିଛି ଶିକ୍ଷକ ସଂଘ I ଚାକିରି ସ୍ଥାୟିତ୍ୱ ସହିତ ଦରମା ବୃଦ୍ଧି ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।