spot_img

Latest Posts

ଲଗାତାର ଫୁଲୁଛି ମହାନଦୀ ; ଆସୁଛି ବଡ଼ ବନ୍ୟା !

କଟକ : ଫୁଲୁଛି ମହାନଦୀ। ଘନଉଛି ବନ୍ୟା ଆଶଙ୍କା। ଗତକାଲି ସନ୍ଧ୍ୟାରୁ ୫ ଲକ୍ଷ ୭୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳୁ ପୁଣି ଫୁଲୁଛି ମହାନଦୀ । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାରୁ ବଢୁଛି ମହାନଦୀ ଜଳସ୍ତର । ସକାଳ ୬ଟା ସୁଦ୍ଧା ମୁଣ୍ଡଳି ଠାରେ ୫ ଲକ୍ଷ ୮୭ ହଜାର ୫୬୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିର ଉପର ଭାଗରେ ୮୮.୮୦ ଫୁଟ ଜଳସ୍ତର ରହିଛି। ତଳ ଭାଗରେ ୮୬.୮୦ ଫୁଟ ଜଳସ୍ତର ରହିଛି । ଆଜି ବି ବର୍ଷା ଲାଗିରହିଥିବାରୁ ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି ।

କଟକ ମୁଣ୍ଡଳୀରେ ଆଜି ପ୍ରବାହିତ ହୋଇପାରେ ୬ ଲକ୍ଷ କ୍ୟୁସେକ ଜଳ। ଗତକାଲି ମୁଣ୍ଡଳୀରେ ପ୍ରବାହିତ ହେଉଥିଲା ୫ ଲକ୍ଷ ୭୮ ହଜାର କ୍ୟୁସେକ ବନ୍ୟା ଜଳ। ଉପର ଭାଗରେ ଜଳସ୍ତର ୮୮.୫୦ ଫୁଟ ଥିବା ବେଳେ ତଳ ଭାଗରେ ୮୬.୩୦ଫୁଟ ରହିଛି। ଜଳସ୍ତର ଆହୁରି ଅଧିକ ବଢିବାର ସମ୍ଭାବନା ଅଛି। ଯଦି ଉପରମୁଣ୍ଡରେ ବର୍ଷା ହୁଏ ତେବେ ଆଗକୁ ଅଧିକ ପାଣି ବଢ଼ିପାରେ।କିନ୍ତୁ ବର୍ତ୍ତମାନ କୌଣସି ସ୍ଥାନରେ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉନାହିଁ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।ମୁଣ୍ଡଳୀରେ ଜଳସ୍ତର ବଢିବା କାରଣରୁ କିଛି ତଳିଆ ଅଞ୍ଚଳ ବା ଶାଖା ନଦୀ ଯଥା କାଠଯୋଡି, ବିରୂପା, କୁଶଭଦ୍ରା, କୁଆଖାଇ, ଦୟା, ଭାର୍ଗବୀ, କଂଦଳ ଆଦି ଶାଖା ନଦୀରେ ଜଳ ସ୍ତର ବୃଦ୍ଧି ପାଇବ। ତେଣୁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାଶହ କ୍ଷେତ୍ର ପରିଦର୍ଶନ କରି ଟିମକୁ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ନିର୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ଆଶଂକା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ହୀରାକୁଦରୁ ଏବେ ୨୦ଟି ଗେଟ୍ ରେ ପାଣି ଛଡ଼ା ଯାଉଛି। ଉପର ମୁଣ୍ଡରୁ ବନ୍ୟା ଜଳ ପ୍ରବେଶର ମାତ୍ରା ବୃଦ୍ଧି ପାଉଥିବା ବେଳେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଉପର ମୁଣ୍ଡରୁ ଅଧିକ ବର୍ଷା ପାଣି ଆସୁଥିବାରୁ ଅଧିକ ଗେଟ୍ ଖୋଲାଯିବା ସମ୍ଭାବନା ଅଛି।

Latest Posts

Don't Miss