ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ
1 min read
ନନ୍ଦିଘୋଷ ବ୍ୟୁରୋ: ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ। ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହୋଇଛନ୍ତି। ଦେବଜିତ ସାଇକିଆ ସମ୍ପାଦକ ହୋଇଛନ୍ତି। ଏ. ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ହୋଇଛନ୍ତି। ମିଥୁନ ରଣଜୀ ଟ୍ରଫିରେ ପାରଦର୍ଶିତା ପ୍ରଦର୍ଶନ କରିଆସିଥିଲେ। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ମିଥୁନ ପ୍ରାୟ ୧୫୦ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି। ଆଇପିଏଲରେ ବି ସେ ସଫଳତା ହାସଲ କରିଛନ୍ତି। ମିଥୁନଙ୍କ ଜନ୍ମ ଜାମ୍ମୁ ଓ କାଶ୍ମୀରରେ। ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ତେବେ ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନର ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି ।
ଏହାସହ ଆଇପିଏଲରେ ମଧ୍ୟ କାମ କରିଛନ୍ତି । ଗୁଜୁରାଟ ଜାଏଣ୍ଟ୍ସର ସପୋର୍ଟ ଷ୍ଟାଫ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହାସହ ଦିଲ୍ଲୀପ ଟ୍ରଫିରେ ଉତ୍ତର ଜୋନର ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଭଳି ଭାବେ ତାଙ୍କର ଅଭିଜ୍ଞତା ରହିଥିବାବେଳେ ଆଗାମୀ ଦିନରେ ବିସିସିଆଇ ପାଇଁ ଏହା ଲାଭଦାୟକ ହେବ ବୋଲି କୁହାଯାଉଛି । ମିଥୁନ ମନହାସଙ୍କ କ୍ରିକେଟ ରେକର୍ଡରେ ୧୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ଟି ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ଟି ଟି-୨୦ ମ୍ୟାଚ୍ ଅନ୍ତର୍ଭୁକ୍ତ। ସମସ୍ତ ଫର୍ମାଟରେ, ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ କରିଛନ୍ତି।