ରାଜନୀତି ରାଲିରେ ଚାଲିଗଲା ନିରୀହ ଜୀବନ ; ବିଜୟଙ୍କୁ ରାଲି କରିବାକୁ ଅନୁମତି ନଦେବାକୁ ଅନୁରୋଧ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ କରୁୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟାରୁ ୪୦ ଜଣଙ୍କ ମୃତ୍ୟୁ ଘଟଣା। ବିଜୟଙ୍କୁ ରାଲି କରିବାକୁ ଅନୁମତି ନଦେବାକୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ଵାରସ୍ଥ ଦଳାଚକଟାରେ ଜଣେ ଆହତ। ଦଳାଚକଟାରେ ଆହତ ଜଣେ ବ୍ୟକ୍ତି ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ଯେଉଁଥିରେ ସେ ଅଭିନେତା ବିଜୟଙ୍କୁ ତାମିଲନାଡୁରେ ରାଲି କରିବାକୁ ଅନୁମତି ନ ଦିଆଯାଉ ବୋଲି କହିଛନ୍ତି  ।

ଗତ ଶନିବାର କରୁରରେ ତାମିଲନାଡୁ ଭେଟ୍ରି କାଝାଗମ ଟିଭିକେ ମୁଖ୍ୟ ବିଜୟଙ୍କ ନେତୃତ୍ୱରେ ଏକ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ଏବଂ ୬୭ ରୁ ଅଧିକ ଆହତ ହୋଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ଅନ୍ୟ ଅଭିନେତା ମୋହନଲାଲ, ମାମୁଟି ଏବଂ ଦକ୍ଷିଣ ଭାରତୀୟ ଅଭିନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ସେପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମାମଲାର ସିବିଆଇ ତଦନ୍ତ ଦାବିରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟିଭିକେ ।

ଦଳାଚକଟା ଘଟଣା ପରେ ନିଜ ଆଡୁ ସହାୟତା ଘୋଷଣା କରିଛନ୍ତି ଅଭିନେତା ବିଜୟ। ରାଜ୍ୟ ସରକାର ବି କରିଛନ୍ତି ସହାୟତା। ଘଟଣା ସଂପର୍କରେ ତାମିଲନାଡୁ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।…ସେପଟେ ଘଟଣା ପରେ ଅଭିନେତା ବିଜୟଙ୍କୁ ମିଳିଥିଲା ବୋମା ଧମକ। ବୋମା ଧମକ ପରେ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ତାଙ୍କ ବାସଭବନକୁ ଯାଇ ଖାନ ତଲାସୀ କରାଯାଇଥିଲା। ତେବେ କୌଣସି ବୋମା ମିଳିନଥିବା ଜଣାପଡିଛି।