ୟୁକ୍ରେନ ଉପରେ ରୁଷର ଆକ୍ରମଣ ; ଡ୍ରୋନ ହମଲାରେ ଛାରଖାର କିଭ ସହର

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା। ଡ୍ରୋନ ହମଲାରେ ଛାରଖାର ହୋଇଯାଇଛି ରାଜଧାନୀ କିଭ ସହର। ୟୁକ୍ରେନ ଉପରେ ରୁଷ ୫୬୮ ଡ୍ରୋନ୍ ଏବଂ ୪୩ଟି କ୍ଷେପଣାସ୍ତ୍ର ହମଲା କରିଛି । ରୁଷର ଆକ୍ରମଣ ପରେ ୟୁକ୍ରେନରେ ରେଡ୍ ଆଲର୍ଟ ଜାରି କରାଯାଇ । ପୋଲାଣ୍ଡରେ ଏୟାରସ୍ପେସ୍ ବନ୍ଦ କରାଯାଇଛି । ଯେଉଁଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ପୋଲାଣ୍ଡ ମଧ୍ୟ ପ୍ରତିଶୋଧ ନେବା ପାଇଁ ଏହାର ବାୟୁସେନାକୁ ପଠାଇଛି । ରୁଷର ଡ୍ରୋନ ଗୁଡିକୁ ୟୁକ୍ରେନ ଖସାଇଥିବା ଦାବି କରିଛି।
୧୨ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନ୍ସକି। ରୁଷର ଆକ୍ରମଣ ପରେ ପୋଲାଣ୍ଡର ଦୁଇ ସହର ନିକଟରେ ଆକାଶପଥ ବନ୍ଦ କରି ଦେଇଥିଲା। ବିପଦ ଏଡାଇବା ପର୍ଯ୍ୟନ୍ତ ଏହାର ବାୟୁସେନା ଜବାବରେ ଜେଟ୍ ପଠାଇଥିଲା। ଆକ୍ରମଣରେ ଏକ ହାର୍ଟ କ୍ଲିନିକ୍, କାରଖାନା ଏବଂ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣରେ ୟୁକ୍ରେନର ବିମାନବନ୍ଦର ସମେତ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିବା କହିଛି ରୁଷ। ଜେଲେନସ୍କି ନାଟୋ ସହଯୋଗୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।