ଏହି ଖେଳାଳି ମାରିଲେ ଦ୍ରୁତତମ ଶତକ, ୧୦ ଛକା ମାରି…

1 min read

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ଢ଼ାଞ୍ଚାରେ ଏବେ ସବୁ ରାଜ୍ୟରେ ପ୍ରିମିୟର ଲିଗ୍ ଖେଳାଯାଉଛି । ଏବେ ଉତ୍ତରାଖଣ୍ଡରେ ଖେଳାଯାଉଥିବା ଉତ୍ତରାଖଣ୍ଡ ପ୍ରିମିୟର ଲିଗରେ ଏକ ବଡ଼ ରେକର୍ଡ ନଜର ଆସିଛି । ଦ୍ରୁତତମ ଶତକ ହାସଲ କରିଥିବା ନଜର ଆସିଛି । ମଙ୍ଗଳବାର usn Indians ଏବଂ RIF ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ଏହି ମ୍ୟାରେ usn Indians ପ୍ରଥମେ ବ୍ୟାଟିଂ କରି ୨୩୦ ରନ କରିଥିଲା । ଦଳ ପକ୍ଷରୁ ବିଶାଲ କାଶ୍ୟପ ୧୧୬ ରନର ପାଳି ଖେଳିଥିଲେ । ୫୯ ବଲରେ ୮ ଛକା ଏବଂ ୧୧ ଚୌକା ମାରିଥିଲେ । ଦଳର ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି ସମସ୍ତେ କହିଥିଲେ ।

ମାତ୍ର ଦ୍ବିତୀୟ ପାଳିରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ରିଷିକେଶ ପକ୍ଷରୁ ଖେଳୁଥିବା ଆଲେନ ଚେତନ ଦ୍ରୁତତମ ଶତକ ହାସଲ କରି ସବୁ ଓଲଟ ପାଲଟ କରି ଦେଇଥିଲେ । ସେ ମାତ୍ର ୫୪ ବଲରେ ୧୧୬ ରନର ପାଳିଖେଳିଥିଲେ । ଯେଉଁଥିରେ ୧୦ ଛକା ଏବଂ ୭ ଚୌକା ରହିଛି । ତେବେ ମାତ୍ର ୪୪ ବଲରେ ସେ ଶତକ ହାସଲ କରି ରେକର୍ଡ କରିଛନ୍ତି । ଏହା ଉତ୍ତରାଖଣ୍ଡ ପ୍ରିମିୟର ଲିଗରେ ସବୁଠାରୁ ଦ୍ରୁତତମ ଶତକର ରେକର୍ଡ ହୋଇଛି ।