ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ପରିସରରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଧାନସଭା ପରିସରରେ ଗାନ୍ଧୀଙ୍କ ଫଟୋ ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରାଯାଇଛି ।
ବିଭିନ୍ନ ୩ ଧର୍ମ ଗୁରୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀମଦ ଭାଗବତ ଗୀତା, ପବିତ୍ର ଗ୍ରନ୍ଥ କୋରାନ ସହିତ ବାଇବେଲ ଓ ଶିଖ ଧର୍ମଗ୍ରନ୍ଥକୁ ବି ପଠନ କରାଯାଇଛି ।