ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଭଙ୍ଗାରୁଜା

ନନ୍ଦିଘୋଷ ବ୍ୟୁରୋ : ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଭଙ୍ଗାରୁଜା । ଏନେଇ ପୁରୀ ଜିଲ୍ଲା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ନାରାୟଣପୁର ପାରିଜଅଂର ଗାଁର ତେଜସ୍ବିନୀ ପାତ୍ର । ୧୪ରୁ ୧୫ ଜଣ ଯୁବକ ସନ୍ଧ୍ୟା ସମୟରେ ତେଜସ୍ବିନୀଙ୍କ ଘର ସମ୍ମୁଖରେ ଥିବା ଗାଡି ଗୁଡିକୁ ଭଙ୍ଗାରୁଜା କରିବା ସହିତ ଘର ଝରକା କାଚ ଭାଙ୍ଗିଥିଲେ । ଏହାର ପ୍ରତିବାଦ କରିବାରେ ତାଙ୍କ ଦିଅର ବାଦଲ ବସ୍ତିଆଙ୍କୁ ଦୁବୁତ୍ତମାନେ ଆକ୍ରମଣ କରିଥିଲେ । ନେଇ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣର କାରଣ ଦାଦାବଟି ବୋଲି ଅଭିଯୋଗ କରାଯାଇଛି । ସେପଟେ ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଛି । ଅଭିଯୁକ୍ତ ମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ପୋଲିସ ।