ପାରମ୍ପରିକ ଲୋକନୃତ୍ୟରେ ଦୁଲୁକିଲା ଚୂଡ଼ାଖାଇ ମଣ୍ଡପ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ତରଭାର ପ୍ରସିଦ୍ଧ ଚୂଡ଼ାଖାଇ ଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଛି । ଲୋକନୃତ୍ୟରେ ଚୂଡ଼ାଖାଇ ମଣ୍ଡପ ଦୁଲୁକିଥିବାବେଳେ ମନ ମୋହିଲା କଂସ ଦରବାର। ରଙ୍ଗାରଙ୍ଗ ପରିବେଶ ଓ ରଙ୍ଗୀନ ଆଲୋକମାଳାରେ ଚୂଡ଼ାଖାଇ ଡଙ୍ଗର ପାଦଦେଶ ରଙ୍ଗୀନ ହୋଇଉଠିଥିଲା । ତିନିଦିନ ଧରି ମହୋତ୍ସବର ବେଶ ମଜାନେଇଥିଲେ ହଜାର ହଜାର ଲୋକ।
ପାରମ୍ପରିକ ଲୋକନୃତ୍ୟରେ ଦୁଲୁକିଲା ଚୂଡ଼ାଖାଇ ମଣ୍ଡପ। ମନ ମୋହିଲା କଂସ ଦରବାର । କଂସର ସଂଳାପରେ ଥରିଲା ଚୂଡ଼ାଖାଇ ପାହାଡ଼। ସୁବର୍ଣ୍ଣପୁର ଜିଲ୍ଲା ତରଭାର ପ୍ରସିଦ୍ଧ ଚୂଡାଖାଇ ଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଛି । ପ୍ରଥମ ସଂଧ୍ୟା ଭଳି ମହୋତ୍ସବର ଶେଷ ସଂଧ୍ୟା ବି ଥିଲା ବେଶ ରଂଗୀନ । ବିଭିନ୍ନ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା । ବିଳମ୍ବିତ ରାତି ପର୍ଯନ୍ତ ଦର୍ଶକମାନେ ସାଂସ୍କୃତିକ ସଂଧ୍ୟା ଓ ମୀନାବଜାରର ବେଶ ମଜା ନେଇଥିଲେ ।
ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସାଂସ୍କୃତିକ ସଂଧ୍ୟାର ବେଶ ମଜାନେବା ସହ ଚୂଡାଖାଇ ପାହାଡ ଚଢ଼ି ନେଇଥିଲେ ନିଆରା ଅନୁଭୂତି । ଐତିହାସିକ ଚୂଡ଼ାଖାଇ ପାହାଡ଼କୁ ପୂର୍ବ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବାବେଳେ ସପ୍ତମ ଥର ପାଇଁ ଆୟୋଜିତ ହୋଇଛି ଏହି ମହୋତ୍ସବ । ଲୋକ ସଂସ୍କୃତି ଓ ଲୋକକଳାକୁ ବଂଚାଇ ରଖିବା ପାଇଁ ଚୂଡ଼ାଖାଇ ମହୋତ୍ସବ ନିଶ୍ଚୟ ସହାୟକ ହେବ ଏଥିରେ ସନ୍ଦେହ ନାହିଁ ।