ପୁଣି ଚର୍ଚ୍ଚାରେ ପୃଥୀ ଶ’, ଏହି ଖେଳାଳିଙ୍କୁ ଗାଳି କରିବା ସହ ବ୍ୟାଟ ଉଠାଇ ମାରିବାକୁ…
1 min read
ନନ୍ଦିଘୋଷ ବ୍ୟୁରୋ: ଏକଦା କୁହାଯାଉଥିଲା, ସେ ହେଉଛନ୍ତି ଭାରତୀୟ କ୍ରିକେଟର ଭବିଷ୍ୟତ । ମାତ୍ର ସମୟକ୍ରମେ ତାଙ୍କ କ୍ୟାରିୟର ଉପରେ ଅନେକ ପ୍ରଭାବ ପଡ଼ିଛି । ଆଉ ସବୁବେଳେ ନିଜର ଅନ୍ଦାଜ ପାଇଁ ସେ ରହିଛନ୍ତି ଚର୍ଚ୍ଚାରେ । ପୁଣି ଏବେ ରଣଜୀ ଟ୍ରଫି ଆରମ୍ଭ ହେବା ପୂର୍ବରୁ ନିଜର କ୍ରୋଧ ପାଇଁ ଚର୍ଚ୍ଚାରେ ରହିଛନ୍ତି ପୃଥୀ ଶ’ । ମୁମ୍ବାଇ ଏବଂ ମହାରାଷ୍ଟ୍ର ପକ୍ଷରୁ ଖେଳାଯାଉଥିବା ମ୍ୟାଚ ସମୟରେ ତାଙ୍କର କ୍ରୋଧ ଦେଖିବାକୁ ମିଳିଥିଲା । ପୂର୍ବରୁ ମୁମ୍ବାଇ ପକ୍ଷରୁ ଖେଳୁଥିଲେ ଶ’ । ମାତ୍ର ଏବେ ମହାରାଷ୍ଟ୍ର ପକ୍ଷରୁ ଖେଳିବେ । ତେବେ ମୁମ୍ବାଇ ବିପକ୍ଷରେ ସେ ଦମଦାର ପାଳି ଖେଳିଥିଲେ । ୧୮୧ ରନ କରି ଆଉଟ ହୋଇଥିଲେ ।
Heated exchange between Prithvi Shaw and Mumbai players after his wicket! pic.twitter.com/l9vi1YgeYs
— INSANE (@1120_insane) October 7, 2025
ସମସ୍ତଙ୍କ ଆଶା ରହିଥିଲା କି, ସେ ଦ୍ବିଶତକ ହାସଲ କରିବେ । ମାତ୍ର ମୁଶିର ଖାନଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ତେବେ ଏହି ସମୟରେ ସେଲିବ୍ରେସନ କରୁଥିବା ମୁଶିରଙ୍କ ଉପରେ ରାଗି ଯାଇଥିଲେ ଶ’ । ସେ ତାଙ୍କ କଲରକୁ ଧରିବା ସହ ମାରିବା ପାଇଁ ବ୍ୟାଟ ମଧ୍ୟ ଉଠାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଶ’ଙ୍କ ଏଭଳି ବ୍ୟବହାରକୁ ନେଇ ମଧ୍ୟ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳୁଛି ।