ରାଜଧାନୀରେ ପୋଲିସକୁ ମାଡ଼ ଅଭିଯୋଗ
1 min read
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ପୋଲିସକୁ ମାଡ଼ ଅଭିଯୋଗ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ପରେ ତଦନ୍ତ ପାଇଁ ଯାଇଥିବା ପୋଲିସକୁ ମାଡ଼ । ପିସିଆର ଭଙ୍ଗାରୁଜା ଉଦ୍ୟମ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଭୁବନେଶ୍ବର ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। K4 ରେ ଏକ ଯୁବତୀଙ୍କୁ ଅସଦାଚରଣ ନେଇ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପିସିଆର ପହଞ୍ଚିଥିଲା। ବିଳମ୍ବରେ କାହିଁକି ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ଓ ଅଭିଯୋଗକାରୀଙ୍କ ପକ୍ଷରୁ ପିସିଆର ଭାଙ୍ଗିବାକୁ ଉଦ୍ୟମ ସହ ପୋଲିସକୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ତୁରନ୍ତ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଡାରେ ଥିବା ଯୁବତୀଙ୍କୁ ଘର ମାଲିକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଘର ମାଲିକଙ୍କ ପରିବାର ଲୋକେ ପାଲଟା ଅଭିଯୋଗ ଆଣିଛନ୍ତି । ଭଡା ଟଙ୍କା ମାଗିବାରୁ ଭଡାଟିଆ ମିଛ ଅଭିଯୋଗ ଆଣିଥିବା କହିଛନ୍ତି । ଅନ୍ୟପଟେ ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ତୃତୀୟ କେସ ରୁଜୁ ହୋଇଛି । ମୋଟ ୩ଟି କେସର ତଦନ୍ତ କରିବା ସହ ୫ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।