ବଲାଙ୍ଗୀର ଭାଇଁସା ଗାଁରେ ଚାଞ୍ଚଲ୍ୟ ; ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ଥାନା ଭାଇଁସା ଗାଁରେ ଚାଞ୍ଚଲ୍ୟ  । ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର । ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି  । ଘଟଣାର ଖବର ପାଇ ପାଟଣାଗଡ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ତେଣେ ଗ୍ରାମବାସୀ କଙ୍କାଳ କାହାର ସ୍ପଷ୍ଟ କରିବାକୁ ପୋଲିସ ନିକଟରେ ଦାବି କରିଛନ୍ତି । କଙ୍କାଳଟି କେଉଁ ଶିଶୁର ନା ଦଶହରାରେ କେହି ଦୃବର୍ତ୍ତ ଗୁଣି ଗାରେଡ଼ି ବିଦ୍ୟା କରି ବଳି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । କିଏ ଏବଂ କାହିଁକି ଏହି ସ୍ଥାନକୁ ଆଣି ତିନୋଟି ନବଜାତ ଶିଶୁକୁ ଫିଙ୍ଗିଲେ ? କିମ୍ବା ଅବୈଧ ଶିଶୁକୁ ଫିଙ୍ଗା ଯାଉଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି  । ନା ଏହି କଙ୍କାଳଟି କେଉଁ ପଶୁର ତାହା ସ୍ପଷ୍ଟ ହୋଇପାରିନାହିଁ  । ଯଦି ମାଙ୍କଡ଼ କିମ୍ବା କେଉଁ ପଶୁର ହୋଇଥିବ ତାହେଲେ ତିନି ତିନୋଟି ପଶୁକୁ ଏହି ଭିତରକୁ ଆଣି କିଏ ହତ୍ୟା କଲା ଓ କିପରି ମେଡିକାଲ ଷ୍ଟାଫ୍ ଓ କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି  । କଙ୍କାଳକୁ ପରୀକ୍ଷା ପାଇଁ ସାଇଣ୍ଟିଫିକ୍ ଟିମ୍ ଜବତ କରିଛି । ରିପୋର୍ଟ ଆସିବା ପରେ କଙ୍କାଳଟି ମଣିଷ କିମ୍ବା ପଶୁର ତାହା ପରେ ସ୍ପଷ୍ଟ ହୋଇଯିବ  ।