ପୋଲିସ ଏସଆଇ କେଳେଙ୍କାରୀ ଘଟଣାରେ ୪ ଜଣ ଗିରଫ

ପୋଲିସ ଏସଆଇ କେଳେଙ୍କାରୀ ଘଟଣା। ମୁନା ମହାନ୍ତି ସମେତ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି ୪ ଜଣ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେମାନେ ହେଲେ ମୁନ୍ନା ମହାନ୍ତି, ସହଯୋଗୀ ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ଅଭିମନ୍ୟୁ ଦୋରା । ଅଭିଯୁକ୍ତ ମୁନ୍ନା ମହାନ୍ତି ପରୀକ୍ଷାର୍ଥୀମାନଙ୍କ ଲାଗି ବସ୍ ବୁକ୍ କରିଥିଲେ । ନିଜ ସ୍କର୍ପିଓରେ ପିଲାଙ୍କୁ ଖଣ୍ଡଗିରି ଆଣି ଛାଡିଥିଲେ ମୁନ୍ନା। ମୁନ୍ନାର ସ୍କର୍ପିଓ ଓ ହାଇୱା ଜବତ ହୋଇଛି । ସେହିଭଳି ସୌମ୍ୟା ପ୍ରିୟଦର୍ଶିନୀ ଆଶାୟୀ ମାନଙ୍କୁ ପ୍ରଥମରୁ ଯୋଗାଯୋଗ କରି କେଳାଙ୍କାରୀରେ ଯୋଡିଥିବାରୁ ତାକୁ ପୋଲିସ ଗିରଫ କରିଛି। ଆଗକୁ ଏ ନେଇ ଗିରଫଦାରୀ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ଅନ୍ୟପଟେ ବିଜୟୱାଡା ଭଳି ଦିଘାରେ ମଧ୍ଯ ପରୀକ୍ଷା ଦେବାକୁ ୧୧୦ ଜଣ ଆଶାୟୀ ଯାଇଥାନ୍ତେ। ଏହି ସିଣ୍ଡିକେଟ ବା କ୍ୟାମ୍ପ କଥା ଅରବିନ୍ଦ ଦାସ ବୁଝୁଥିଲା। ତେବେ ୨୯ ତାରିଖରେ ଆନ୍ଧ୍ରପ୍ରଦେଶକୁ ତିନୋଟି ବସରେ ଯାଉଥିବା ୧୧୪ ଜଣ ଆଶାୟୀ ଗିରଫ ହେବା ପରେ ଦିଘା ଆଶାୟୀ ଆତ୍ମଗୋପନ କରିବାକୁ ସୁଯୋଗ ପାଇଥିଲେ । ଏବେ ସେମାନଙ୍କ ବିଷୟରେ ତଦନ୍ତ ଚାଲିଛି । ଘଟଣାରେ ୧୧୦ ଟି ମୋବାଇଲ ଜବତ ହୋଇଛି । ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ଫୋରେନସିକ ଲାବକୁ ପଠାଯାଇଛି । ପୂର୍ବରୁ ୧୧୭ ଓ ବର୍ତ୍ତମାନ ୪ ଜଣ ଗିରଫ ହେଲେଣି। କେଳେଙ୍କାରୀରେ ସାମିଲ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ମୋବାଇଲ ସୁଇଚ ଅଫ ରହିଛି। ଦିଲ୍ଲୀ ଅଞ୍ଚଳରେ ଥିଲା ଶଙ୍କର ପୃଷ୍ଟି। ମାତ୍ର ଏବେ ସ୍ଥାନ ବଦଳାଇଛି। ଖୁବ୍ ଶୀଘ୍ର ଶଙ୍କରକୁ ଗିରଫ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।