ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଦୁଇ ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିବେ ପନ୍ତ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ବଡ଼ ଦାୟିତ୍ବ ମିଳିଛି । ଭାରତ-ଏ ପକ୍ଷରୁ ଅଧିନାୟକ ପଦ ସମ୍ଭାଳିବେ ଏହି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ । ଆସନ୍ତା ମାସରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଏହି ସିରିଜରେ ପନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ । କୋଲକାତାର ଇଡେନ ଗାଡେନରେ ଏହି ମ୍ୟାଚ ଖେଳାଯିବ । ନଭେମ୍ବର ୧୪ରୁ ପ୍ରଥମ ମ୍ୟାଚ ଖେଳାଯିବ । ରିଷଭ ପନ୍ତ ବର୍ତ୍ତମାନ ଆଘାତ ଯୋଗୁଁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା। ସେହି ଆଘାତରୁ ସୁସ୍ଥ ହେବା ପରେ, ପନ୍ତ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଏହି କାରଣରୁ ବିସିସିଆଇ ତାଙ୍କୁ ମ୍ୟାଚ୍ ଅଭ୍ୟାସ ପାଇଁ କେବଳ ଭାରତ ଏ ଦଳରେ ସାମିଲ କରିନାହିଁ, ବରଂ ତାଙ୍କୁ କମାଣ୍ଡ ମଧ୍ୟ ଦେଇଛି। ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ମଧ୍ୟ ଖେଳିବ ।