ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ମଧ୍ଯ ରାତ୍ରିରୁ ଜିଲ୍ଲାର କିଛି କିଛି ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଅନ୍ଯପଟେ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ସଜାଗ ହୋଇଛି। ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାର ଙ୍କ ସମେତ ଅନ୍ଯ ଅଧିକାରୀଙ୍କୁ ସଜାଗ ରହିଛନ୍ତି। ଭୂସ୍କଳନ ସମ୍ଭାବ୍ଯ ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ କୁ ଉକ୍ତ ଅଞ୍ଚଳରେ ନିୟୋଜିତ କରାଯାଇଛି।। ଅନ୍ଯପଟେ ଗର୍ଭବତୀ ମାନଙ୍କୁ ମଧ୍ଯ ମାଁ ଗୃହ ଓ ପାଖ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ରାୟଗଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିବା ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

