ଚଳିତ ଥର ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଦର୍ଶକ ଦେଖିବେ ନୂଆଁ କଂସ । କିଏ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ। କାହାର ଅଟ୍ଟହାସ୍ୟରେ ଥରିବ ମଥୁରା। ଏନେଇ ଏବେଠୁ ଉତ୍ସୁକତା ବଢ଼ିବାରେ ଲାଗିଛି। ଏଥର କଂସ କଳାକାର ସମେତ ଅନ୍ୟ କଳାକାର ମାନ ମଧ୍ୟ ଚୟନ କରାଯିବାର ନିଷ୍ପତି ନିଆଯାଇଛି। ତେବେ କଳାକାର ମାନେ ବରଗଡ଼ ଜିଲ୍ଲାପାଲ ଅଫିସ୍ ପହଞ୍ଚି ରେଜିଷ୍ଟେସନ କରିବା ସହ ଅଳ୍ପକେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରୁଛନ୍ତି।

